ସିବିଏସଇ ଦ୍ୱାଦଶ ରେଜଲ୍ଟରେ ଅନିୟମିତତା ପ୍ରସଙ୍ଗ ! ଆଂଚଳିକ କାର୍ଯ୍ୟାଳୟ ଆଗରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା,ସାମିଲ ହେଲା କିନ୍ନର ମହାସଂଘ

29

କନକ ବ୍ୟୁରୋ : ଛିଡୁନି ସିବିଏସଇ ତାମସା । ସିବିଏସଇ ଦ୍ୱାଦଶ ରେଜଲ୍ଟ ଅନିୟମିତିତା ନେଇ ଆଜି ବି ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ । ସିବିଏସଇ କର୍ତ୍ତୃପକ୍ଷ ଆଭିମୂଖ୍ୟ ସ୍ପଷ୍ଟ ନକରିବାରୁ ଉତ୍ତେଜନା ଦେଖାଦେଇଛି । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣାରେ ସାମିଲ ହୋଇଛନ୍ତି କିନ୍ନର ମହାସଂଘ । ପରୀକ୍ଷା ଫଳ ୱିଥହେଲ୍ଡ ନେଇ ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହୋଇଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଆଜି ଏହି ବିକ୍ଷୋଭରେ ଛାତ୍ରଛାତ୍ରୀଙ୍କ ସହ କିନ୍ନର ସାମିଲ ହେଇଛନ୍ତି ।