ସିବିଏସଇ ପ୍ରଶ୍ନପତ୍ର ଲିକ୍ କରୁଛି କିଏ ? ପ୍ରଥମେ ସୂଚନା ଦେଇଥିବା ବ୍ୟକ୍ତିକୁ ଖୋଜୁଛି ପୋଲିସ

28

କନକ ବ୍ୟୁରୋ : ସିବିଏସଇ ପ୍ରଶ୍ନପତ୍ର ଲିକ୍ ନେଇ ଦିଲ୍ଲୀ କ୍ରାଇମ୍ବ୍ରାଞ୍ଚ ତନାଘନା କରୁଥିବା ବେଳେ ପୁଣି ପ୍ରଶ୍ନପତ୍ର ଲିକ୍ ନେଇ ପ୍ରଚାର ଆହୁରି ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ତେବେ ଏହାକୁ ଗୁଜବ ବୋଲି ସିବିଏସଇ ପକ୍ଷରୁ କୁହାଯାଇଛି । ଏହି ମାମଲାରେ ମୋଟ ୬ ଜଣ ଛାତ୍ର ଓ ଦୁଇଟି କୋଚିଂ ସେଂଟରର ମାଲିକଙ୍କ ସମେତ ୧୨ ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଦିଲ୍ଲୀ, ପାଟନା ଓ ଝାଡ଼ଖଣ୍ଡର ଛତ୍ରା ଜିଲ୍ଲାରେ କୋଶ୍ଚିନ୍ ପେପର୍ ଲିକର ଚେର୍ ଲମ୍ବିଥିବା ସଂଦେହ କରୁଛି ପୋଲିସ ।

ଅନ୍ୟପଟେ ଆଜି ମଧ୍ୟ କୋଶ୍ଚିନ୍ ପେପର୍ ଲିକ୍ ଓ ପୁନଃ ପରୀକ୍ଷା ପ୍ରତିବାଦରେ ହୁଲୁସ୍ତୁଲ ହୋଇଛି ଦିଲ୍ଲୀ । ସେହିପରି ଦେଶର ବିଭିନ୍ନ ଅଂଚଳରେ ମଧ୍ୟ ଏ ନେଇ ବିକ୍ଷୋଭ ଓ ପ୍ରତିବାଦ ଜାରି ରହିଛି । ପ୍ରଶ୍ନପତ୍ର ଲିକ୍ ନେଇ ନୂଆ ନୂଆ ଗୁଜବ ବ୍ୟାପୁଥିବାରୁ ଅଭିଭାବକ ଓ ଛାତ୍ରଙ୍କ ମଧ୍ୟରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି ।