ମୂଲ୍ୟାୟନରେ ବିଭ୍ରାଟ ପରେ ପରୀକ୍ଷା ଖାତା ଦେଖାଇବାକୁ ସର୍ତ୍ତ ରଖିଲା ସିବିଏସଇ : କହିଲା , ଯାଇପାରିବେ ନାହିଁ କୋର୍ଟ

27

କନକ ବ୍ୟୁରୋ : ଦ୍ୱାଦଶଶ୍ରେଣୀ ପରୀକ୍ଷା ଖାତା ମୂଲ୍ୟାୟନ ବିଭ୍ରାଟ ବିବାଦରେ ଫସିଥିବା ସିବିଏସଇ ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ । ଉତ୍ତର ଖାତାର ନକଲ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସିବିଏସଇର ଅଜବ ସର୍ତ୍ତ । ଏପରିକି ଜେରକ୍ସ କପି ପାଇଁ ଛାତ୍ରଛାତ୍ରୀଙ୍କଠାରୁ ଅଣ୍ଡରଟେକିଂ ଲେଖାଇ ନେଉଛନ୍ତି ସିବିଏସଇ କର୍ତ୍ତୃପକ୍ଷ ।

-ଉତ୍ତର ଖାତାର ସଠିକ ମୂଲ୍ୟାୟନ ହୋଇନଥିଲେ ମଧ୍ୟ ପରୀକ୍ଷକଙ୍କୁ କୌଣସି ପ୍ରଶ୍ନ କରିପାରିବେ ନାହିଁ

-ଖାତା ମୂଲ୍ୟାୟନରେ ତ୍ରୁଟି ବିରୋଧରେ କୋର୍ଟକୁ ଯାଇପାରିବେ ନାହିଁ

-ଏ ସଂପର୍କରେ ଗଣମାଧ୍ୟମକୁ କୌଣସି ସୂଚନା ଦେଇପାରିବେ ନାହିଁ

-ପରୀକ୍ଷା ଖାତାକୁ ଅନ୍ୟ କୌଣସି ଶିକ୍ଷାନୁଷ୍ଠାନ ବା ଶିକ୍ଷକଙ୍କୁ ଦେଖାଇ ପାରିବେ ନାହିଁ

ଏଭଳି କିଛି ସର୍ତ୍ତ ଥିବା ଏକ ଅଣ୍ଡରଟେକିଂ ଦେବାପାଇଁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି । ନିଜ ହସ୍ତାକ୍ଷରରେ ସର୍ତଗୁଡିକୁ ଲେଖିବା ସହ ଦସ୍ତଖତ କରିବାକୁ କୁହାଯାଉଛି । ଗତ ମେ ୨୮ ତାରିଖରେ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଭୁବନେଶ୍ୱର ଜୋନରେ ବ୍ୟାପକ ଅନୀୟମିତତା ନେଇ ଅଭିଯୋଗ କରିଥିଲେ ଛାତ୍ରଛାତ୍ରୀ । ବିଭିନ୍ନ ବିଶୟରେ ଅଧିକାଂଶ ଛାତ୍ରଛାତ୍ରୀଙ୍କ ମାର୍କ କମ ରହିଥିବାରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କିଛି ପରୀକ୍ଷାର୍ଥୀ ।