ଛିଣ୍ଡୁନି ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ବିଭ୍ରାଟ ! ଆଜି ଉତ୍ତର ଖାତା ଜମା କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

25

କନକ ବ୍ୟୁରୋ: ଛିଣ୍ଡୁନି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ବିଭ୍ରାଟ । ସିବିଏସଇ ବିରୋଧରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ହାଇକୋର୍ଟ । ସିବିଏସଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ବିଭ୍ରାଟ ପ୍ରସଙ୍ଗରେ ଅଦାଲତ ନିର୍ଦ୍ଦେଶ ଅବମାନନା ଅଭିଯୋଗରେ ମାମଲା ରୁଜୁ ହୋଇଛି ।

ତେବେ ସିବିଏସଇ ଦିଲ୍ଲୀ ମୁଖ୍ୟାଳୟ ଯୁଗ୍ମ ସଚିବଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏହି ମାମଲାରେ ଯୁଗ୍ମ ସଚିବଙ୍କୁ ଉତ୍ତର ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଆଜି ୧୨ଟା ସୁଦ୍ଧା ଉତ୍ତର ଖାତା ଓ ଅନ୍ୟାନ୍ୟ କାଗଜପତ୍ର ହାଇକୋର୍ଟରେ ଜମା କରିବାକୁ ସିବିଏସଇକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –