ସିବିଏସଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ବିଭ୍ରାଟ ! ୧୮ ଛାତ୍ରଛାତ୍ରୀଙ୍କୁ କର୍ତ୍ତୃପକ୍ଷଙ୍କ ରାତିଅଧିଆ ମେଲ୍

40

କନକ ବ୍ୟୁରୋ: ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବିଭ୍ରାଟ ଅଧିକ ତୀବ୍ର ହୋଇଛି । ପୁଣି ଛାତ୍ରଛାତ୍ରୀଙ୍କୁ ଭୂଆଁ ବୁଲାଇଛନ୍ତି ସିବିଏସଇ କର୍ତ୍ତୃପକ୍ଷ । ଖାତାର ପୁନଃମୂଲ୍ୟାୟନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାତି ଅଧରେ ୧୮ ଜଣ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସଂଶୋଧିତ ମାର୍କସିଟ ମେଲ କରିଛନ୍ତି ସିବିଏସଇ କର୍ତ୍ତୃପକ୍ଷ । କିଛି ଛାତ୍ରଛାତ୍ରୀଙ୍କ ମାର୍କ ବଢିଥିବାବେଳେ କିଛି ଛାତ୍ରଛାତ୍ରୀଙ୍କ ମାର୍କ କମିଛି ।

ପୁନଃମୂଲ୍ୟାୟନ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାକୁ ନେଇ ପୁଣିଥରେ ଆନ୍ଦୋଳକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି । ତେବେ ରବିବାର ଥିବାରୁ ଗତକାଲି ସିବିଏସଇ ଅଫିସରେ ତାଲା ପଡିଥିଲା । ସଂପୃକ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ଅଫିସକୁ ଯାଇ ନିରାଶ ହୋଇ ଫେରିଥିଲେ । ଏଭଳି ଅନିଶ୍ଚିତତା ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ସିବିଏସଇର ମେଲ୍ ଆସିଥିଲା । ଆଉ ସଂଶୋଧିତ ମାର୍କ ଦେଖି ଛାତ୍ରଛାତ୍ରୀ ହତାଶ ହୋଇପଡିଛନ୍ତି ।

ଛାତ୍ରଛାତ୍ରୀଙ୍କ ମାର୍କର ପୁନଃମୂଲ୍ୟାୟନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସିବିଏସଇ କର୍ତ୍ତୃପକ୍ଷ ମଧ୍ୟ ଶନିବାର ସଂଧ୍ୟା ସୁଦ୍ଧା ସଂଶୋଧିତ ନମ୍ବର ଦେବାକୁ ପ୍ରତିଶ୍ରୃତି ଦେଇଥିଲେ । କିନ୍ତୁ ହଠାତ୍ ରାତିଅଧିଆ ଛାତ୍ରଛାତ୍ରୀଙ୍କ ନିକଟକୁ ମେଲ୍ ଆସିବା ସମସ୍ତଙ୍କୁ କରିଦେଇଛି ଆଶ୍ଚର୍ଯ୍ୟ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –