ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ବିଭ୍ରାଟ ପ୍ରସଙ୍ଗ : ସିବିଏସଇ ବିରୋଧରେ ନିଜ ଆଡୁ ମାମଲା ରୁଜୁ କଲେ ହାଇକୋର୍ଟ

42

କନକ ବ୍ୟୁରୋ : ସିବିଏସଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ବିଭ୍ରାଟ ପ୍ରସଙ୍ଗରେ ହାଇକୋର୍ଟରେ ମାମଲା ରୁଜୁ । ସିବିଏସଇ ବିରୋଧରେ ନିଜ ପକ୍ଷରୁ ମାମଲା ରୁଜୁ କଲେ ହାଇକୋର୍ଟ । ଅଦାଲତ ନିର୍ଦ୍ଦେଶ ଅବମାନନା ଅଭିଯୋଗରେ ମାମଲା ରୁଜୁ ହୋଇଛି ।

ସିବିଏସଇ ଦିଲ୍ଲୀ ମୁଖ୍ୟାଳୟ ଯୁଗ୍ମ ସଚିବଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏହି ମାମଲାରେ ଯୁଗ୍ମ ସଚିବଙ୍କୁ ଉତ୍ତର ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଆସନ୍ତାକାଲି ୧୨ଟା ସୁଦ୍ଧା ଉତ୍ତର ଖାତା ଓ ଅନ୍ୟାନ୍ୟ କାଗଜପତ୍ର ହାଇକୋର୍ଟରେ ଜମା କରିବାକୁ ସିବିଏସଇକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।