ଆଜି ଆସିବ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ : ଦିନ ୧୨ଟାରେ ବାହାରିପାରେ ରେଜଲ୍ଟ

3

କନକ ବ୍ୟୁରୋ: ଆଜି ପ୍ରକାଶ ପାଇବ ସେଂଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ- ସିବିଏସଇ ବୋର୍ଡର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ଏଥିପାଇଁ ନିର୍ଦ୍ଧାରିତ ସମୟ ସ୍ଥିର ହୋଇନଥିଲେ ମଧ୍ୟ ଦିନ ୧୨ଟାରୁ ପରୀକ୍ଷା ଫଳ ମିଳିବ ବୋଲି ସୂଚନା ରହିଛି । ଛାତ୍ରଛାତ୍ରୀ ଦୁଇଟି ୱେବସାଇଟ- ସିବିଏସଇ ରେଜଲ୍ଟସ ଡଟ୍ ଏନଆଇସି ଡଟ୍ ଇନ ସିବିଏସଇ ଡଟ୍ ଏନଆଇସି ଡଟ୍ ଇନରେ ପରୀକ୍ଷା ଫଳ ଦେଖିପାରିବେ ।

ଚଳିତ ବର୍ଷ ୧୧ ଲକ୍ଷ ୮୬ ହଜାର ୩ଶହ ୬ଜଣ ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଛନ୍ତି । ଓଡିଶା ସମେତ ପଶ୍ଚିମବଙ୍ଗ ଓ ଛତିଶଗଡକୁ ନେଇ ଗଠିତ ଭୁବନେଶ୍ୱର ଜୋନରେ ୬ଶହ ୭୫ ବିଦ୍ୟାଳୟରୁ ମୋଟ ୬୬ ହଜାର ୩ଶହ ୬୭ ଜଣ ଛାତ୍ରଛାତ୍ରୀ ୨ଶହ ୧୯ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । କେବଳ ଓଡିଶାରୁ ୧୪ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଜଣାପଡିଛି ।

Comments are closed.