ଆଜି ପ୍ରକାଶ ପାଇବ ସିବିଏସଇର ଦଶମ ଶ୍ରେଣୀ ପରୀକ୍ଷାଫଳ । ଅପରାହ୍ନ ୪ଟାରେ ୱେବସାଇଟରେ ମିଳିବ ରେଜଲ୍ଟ

31

କନକ ବ୍ୟୁରୋ: ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ (ସିବିଏସଇ) ଦ୍ୱାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦଶମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । ଅପରାହ୍ଣ ୪ଟାରେ ‘cbseresults.nic.in’ ଓ ‘cbse.nic.in’ ଓ୍ଵବସାଇଟରେ ଛାତ୍ରଛାତ୍ରୀ ସେମାନଙ୍କ ରେଜଲ୍ଟ ଜାଣିପାରିବେ । ସ୍କୁଲ କର୍ତୃପକ୍ଷ ମଧ୍ୟ ସିବିଏସଇ ଓ୍ଵବସାଇଟରୁ ବିଦ୍ୟାଳୟର ପାସହାର ସମ୍ପର୍କରେ ତଥ୍ୟ ପାଇବେ। ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ବିଦ୍ୟାଳୟ ଶିକ୍ଷା ସଚିବ ଅନିଲ୍ ସ୍ୱରୂପ ଗତକାଲି ଟୁଇଟ୍ କରି ଜଣାଇଛନ୍ତି । ଚଳିତବର୍ଷ ସାରା ଦେଶରେ ୧୬ ଲକ୍ଷ ୩୮ ହଜାର ୪୨୮ ଜଣ ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଛନ୍ତି।

ସିବିଏସଇ ପରୀକ୍ଷା ଢାଞ୍ଚା ଓ ପାସ୍ ମାର୍କରେ ଏବର୍ଷ କିଛିଟା ପରିବର୍ତନ କରାଯାଇଥିବାରୁ ଗତବର୍ଷ ତୁଳନାରେ ଏଥର ପାସହାର ବଢ଼ିପାରେ ବୋଲି ଶିକ୍ଷାବିତ୍ମାନେ କହିଛନ୍ତି। ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ଛତିଶଗଡ଼କୁ ନେଇ ଗଠିତ ଭୁବନେଶ୍ୱର ଜୋନର ଦଶମ ଶ୍ରେଣୀରେ ୯୨୭ ବିଦ୍ୟାଳୟର ୭୭,୭୦୮ ଛାତ୍ରଛାତ୍ରୀ ୨୨୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି। ଓଡ଼ିଶାରୁ ୧୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ନେଇ ଭୁବନେଶ୍ୱରସ୍ଥିତି ସିବିଏସଇ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

କିପରି ଜାଣିବେ ରେଜଲ୍ଟ

• ପ୍ରଥମେ ସିବିଏସଇର ଅଫିସିଆଲ ୱେବସାଇଟ ସିବିଏସଇ.ଏନଆଇସି,ଇନକୁ କ୍ଲିକ କରନ୍ତୁ ।

• ଦ୍ୱିତୀୟରେ ଯେଉଁ ମାଟ୍ରିକ ସେକ୍ସନକୁ ଯାଆନ୍ତୁ ।

• ତୃତୀୟ ଷ୍ଟେପ ହେଲା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ରେଜଲ୍ଟ-୨୦୧୮ ଉପରେ କ୍ଲିକ କରନ୍ତୁ ।

• ଚତୁର୍ଥ ଷ୍ଟେପ ହେଉଛି ଆଡମିଟ କାର୍ଡର ଡିଟେଲସ ପରେ ରେଜଲ୍ଟ ହାସଲ କରନ୍ତୁ । ଆପଣ ଏହି ରେଜଲ୍ଟକୁ ଡାଉନଲୋଡ ବି କରିପାରିବେ ।

• ଏହାଛଡା ଫୋନ ମାଧ୍ୟମରେ ମାଧ୍ୟମରେ ଆପଣ ରେଜଲ୍ଟ ଜାଣିପାରିବେ ।

• ଦିଲ୍ଲୀ ଓ ଏହାର ଆଖାପାଖ ଅଂଚଳର ପିଲା ୨୪୩୦୦୬୯୯ ଓ ଅନ୍ୟ ରାଜ୍ୟର ପିଲା ୦୧୧-୨୪୩୦୦୬୯୯ରେ କଲ କରି ରେଜଲ୍ଟ ଜାଣିପାରିବେ ।