ଜାନୁଆରୀରୁ ସିବିଏସଇ ସ୍କୁଲରେ କ୍ୟାସଲେସ ବ୍ୟବସ୍ଥା : ଇପେମେଂଟ ଜରିଆରେ ଆଦାୟ କରାଯିବ ଫି

25

କନକ ବ୍ୟୁରୋ : ସିବିଏସଇ ସହବଦ୍ଧ ସ୍କୁଲ ଗୁଡିକରେ ଏଣିକି ଇ-ପେମେଂଟ ଜରିଆରେ ଫି ଆଦାୟ କରାଯିବ । ଏନେଇ ବୋର୍ଡ ଅଧ୍ୟକ୍ଷ ଜୋସେଫ ଇମାନୁଏଲ ସ୍କୁଲ ପ୍ରିନ୍ସିପାଲଙ୍କୁ ଚିଠି ଲେଖି ଇ-ପେମେଂଟ ଟ୍ରାନଜେକସନକୁ ପ୍ରତ୍ସ।ହନ ଦେବା ଲାଗି କହିଛନ୍ତି ।

ଜାନୁଆରୀ ୨୦୧୭ରୁ ଛାତ୍ରଛାତ୍ରୀଙ୍କ ଫି’ ଅନ୍ ଲାଇନରେ ମାଧ୍ୟମରେ କରିବା ପାଇଁ ସିବିଏସଇ ନିର୍ଦ୍ଦେଶ ଦେଇଛି । ସ୍କୁଲ ଫି’ ସହ ଅନ୍ୟାନ୍ୟ ଟଙ୍କା କାରବାର ମଧ୍ୟ ଇପେମେଂଟ ଜରିଆରେ କରିବା ପାଇଁ ସିବିଏସଇ ନିଷ୍ପତି ନେଇଛି, ଏପରିକି କର୍ମଚାରୀଙ୍କ ଦରମା ମଧ୍ୟ ଇ-ପେମେଂଟ ଜରିଆରେ କରାଯିବ ବୋଲି ସିବିଏସଇ ପକ୍ଷରୁ କୁହାଯାଇଛି । ନ୍ୟୁଜ ସହିତ ଦେଖନ୍ତୁ ଏହି ଭିଡିଓ :