ଶିକ୍ଷାର ବେପାରୀ ନୁହଁନ୍ତି ଶିକ୍ଷାନୁଷ୍ଠାନ ! ପରିସର ମଧ୍ୟରେ ବହି ବିକ୍ରି ନେଇ ସ୍କୁଲଗୁଡିକୁ ତାଗିଦ କଲା ସିବିଏସଇ

38

କନକ ବ୍ୟୁରୋ : ଶିକ୍ଷାର ବେପାରୀ ନୁହଁନ୍ତି ଶିକ୍ଷାନୁଷ୍ଠାନ । ଆଜି ଏଭଳି କଡା ଆଭିମୁଖ୍ୟ ରଖିଛି ସିବିଏସ୍ଇ । ବୋର୍ଡ କହିଛି, ସ୍କୁଲ ପରିସରରେ ଏଣିକି ଆଉ ବହି ଏବଂ ଅନ୍ୟ ସାମଗ୍ରୀ ବିକ୍ରି ହୋଇପାରିବ ନାହିଁ । ଏନସିଇଆରଟି ବହି ବ୍ୟବହାର ପାଇଁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛି ସିବିଏସଇ ।

ସ୍କୁଲର ମନମାନି ନେଇ ଅଭିଭାବକ ଓ ଷ୍ଟେକହୋଲଡର ବୋର୍ଡରେ ଅଭିଯୋଗ କରିଥିଲେ । ଏହାପରେ ନୂଆ ଆଡଭାଇଜରି ଜାରି କରିଛି ସିବିଏସଇ । ତେବେ କେଉଁ ବହି , ଷ୍ଟେସନାରୀ, ୟୁନିଫର୍ମ, ସ୍କୁଲ ବ୍ୟାଗ ବିକ୍ରି ହେବ ସେ ନେଇ ସ୍କୁଲଗୁଡିକ ଆଡଭାଇଜରି ଦେଇଛି ସେଂଟ୍ରାଲ ବୋର୍ଡ ଅଫ ଏଜୁକେଶନ ।

ସେହିଭଳି ଏନସିଇଆରଟି ବହି ବିକ୍ରି ଉପରେ ଗୁରୁତ୍ୱ ଦେଇଛି ବୋର୍ଡ । ଅଧିକାଂଶ ସମୟରେ ସ୍କୁଲଗୁଡିକ ଏନସିଇଆରଟି/ସିବିଏସଇ ବହି ବ୍ୟବହାର ନ କରି ଅନ୍ୟ ବହି ବ୍ୟବହାର କରିବାକୁ ପରାମର୍ଶ ଦେଉଛନ୍ତି । ତେଣୁ ଏ ବାବଦରେ କଡା ଆଭିମୁଖ୍ୟ ଗ୍ରହଣ କରିଛି ବୋର୍ଡ ।

ବୋର୍ଡ ସ୍କୁଲଗୁଡିକୁ ମନେ ପକାଇଦେଇଛି ଯେ, ଶିକ୍ଷାନୁଷ୍ଠାନଗୁଡିକର ଲକ୍ଷ୍ୟ ବ୍ୟବସାୟିକ ପ୍ରତିଷ୍ଠାନକୁ ଲାଭ ପହଂଚାଇବା ପାଇଁ ନୁହେଁ, ବରଂ ଉଚମାନର ଶିକ୍ଷା ଦେବା ଅଧିକାଂଶ କ୍ଷେତ୍ରରେ ସ୍କୁଲଗୁଡିକ ବାହାର ବହି ଓ ସାମଗ୍ରୀ କିଣିବା ପାଇଁ ଅଭିଭାବକଙ୍କ ଉପରେ ଚାପ ପକାଇବା ଅଭିଯୋଗ ବାରମ୍ବାର ହୋଇଆସୁଛି । ତେଣୁ ତେଣୁ ସିବିଏସଇର ଏହି ନୂଆ ଗାଇଡଲାଇନ ଅଭିଭାବକଙ୍କ ପାଇଁ ଆଶ୍ୱସ୍ତି ଆଣିବା ସହ ସ୍କୁଲଗୁଡିକର ଏକଚାଟିଆ କାରବାର ଉପରେ ଅଙ୍କୁଶ ଲଗାଇବା ଆଶା କରାଯାଉଛି ।