ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ! ଦିଲ୍ଲୀ, ତ୍ରିଭେନ୍ଦ୍ରମ୍, ଚେନ୍ନାଇ, ଡେରାଡୁନ୍, ଆହ୍ଲାବାଦ ଜୋନରୁ ରେଜଲ୍ଟ ପ୍ରକାଶିତ

31

କନକ ବ୍ୟୁରୋ : ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ । ଦିଲ୍ଲୀ, ତ୍ରିଭେନ୍ଦ୍ରମ୍, ଚେନ୍ନାଇ, ଡେରାଡୁନ୍, ଆହ୍ଲାବାଦ ଜୋନରୁ ପ୍ରକାଶ ପାଇଛି ସିବିଏସଇ ଦଶମ ଶ୍ରେଣୀ ରେଜଲ୍ଟ । ଛାତ୍ରଛାତ୍ରୀ ୱେବସାଇଟରେ ମଧ୍ୟ ସେମାନଙ୍କ ରେଜଲ୍ଟ ପାଇପାରିବେ । ଚଳିତବର୍ଷ ସାରା ଦେଶରେ ୧୬ ଲକ୍ଷ ୬୭ ହଜାର ୫୭୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।

ସେହିପରି ଓଡିଶା, ଛତିଶଗଡ ଓ ପଶ୍ଚିମବଙ୍ଗକୁ ନେଇ ଗଠିତ ଭୁବନେଶ୍ୱର ଜୋନରେ ୭୩ହଜାରରୁ ଅଧିକ ଛାତ୍ରଛାତ୍ରୀ ରହିଛନ୍ତି । କେବଳ ଓଡିଶାରୁ ୨୩ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୧୭ ହଜାର ୨୯୬ ଜଣ ବୋର୍ଡ ବେସଡ୍ ଓ ୫ ହଜାର ୭୯୪ ଜଣ ସ୍କୁଲ ବେସଡ୍ ଛାତ୍ରଛାତ୍ରୀ ଅଛନ୍ତି ।