ଆଜି ପ୍ରକାଶ ପାଇବ ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାଫଳ : ୩ଟି ୱେବସାଇଟରେ ଉପଲବ୍ଧ ହେବ ରେଜଲଟ୍

40

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଆଜି ପ୍ରକାଶ ପାଇବ ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାଫଳ । ସେଂଟ୍ରାଲ ବୋର୍ଡ ଅପ୍ ସେକେଣ୍ଡେରୀ ଏଜୁକେସନ୍ ଦ୍ୱାରା ପରିଚାଳିତ ସ୍କୁଲଗୁଡ଼ିକରେ ଦଶମ ଶ୍ରେଣୀ ପରୀକ୍ଷାଫଳ ଆଜି ପ୍ରକାଶ ପାଇବ । ୩ଟି ୱେସାଇଟ୍ ଜରିଆରେ ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଫଳ ଜାଣିପାରିବେ । ସେହି ୱେସାଇଟ୍ ଗୁଡ଼ିକ ହେଲା-ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ସିବିଏସ୍ଇ ରେଜଲ୍ଟ ଡଟ୍ ଏନ୍ଆଇସି ଡଟ୍ ଇନ୍, ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ରେଜଲ୍ଟସ ଡଟ୍ ଏନ୍ଆଇସି ଡଟ୍ ଇନ୍, ଏବଂ ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ସିବିଏସ୍ଇ ଡଟ୍ ଏନ୍ଆଇସି ଡଟ୍ ଇନ୍ । ସେହିପରି ସିବିଏସ୍ଇ ୱେବସାଇଟ୍ ଗୁଡ଼ିକରେ ପଂଜିକରଣ କରିଥିବା ସ୍କୁଲଗୁଡ଼ିକୁ ଇମେଲ ଜରିଆରେ ପରୀକ୍ଷାଫଳ ପଠାଯିବ । ଚଳିତବର୍ଷ ଦେଶରେ ପ୍ରାୟ ୧୩ ଲକ୍ଷ ଛାତ୍ରଛାତ୍ରୀ ସିବିଏସ୍ଇ ମାଧ୍ୟମରେ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ବେଳେ ଭୁବନେଶ୍ୱର ଜୋନ୍ ରେ ୬୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।