ଦିଲ୍ଲୀ : ଗୁରୁଗ୍ରାମ ଛାତ୍ର ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର

25

କନକ ବ୍ୟୁରୋ : ଗୁରୁଗ୍ରାମର ରେୟାନ ଇଣ୍ଟରନ୍ୟାସନାଲ ସ୍କୁଲରେ ଗତ ସେପ୍ଟେମ୍ବର ୮ରେ ଦ୍ୱିତୀୟ ଶ୍ରେଣୀର ଛାତ୍ର ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡର ସିବିଆଇ ଯାଞ୍ଚ କରିବ । ହରିୟାଣା ସରକାର ଶୁକ୍ରବାର ଏହା ଘୋଷଣା କରିଛନ୍ତି । ୩ ମାସ ଯାଏଁ ଏହି ସ୍କୁଲ ସରକାରଙ୍କ ଅଧିନରେ ରହିବ ବୋଲି ଜଣାପଡ଼ିଛି । ପୂର୍ବରୁ ପ୍ରଦ୍ୟୁମ୍ନଙ୍କ ମା’, ଘଟଣାର ସିବିଆଇ ତଦନ୍ତ ହେବାକୁ ଦାବି କରିଥିଲେ । ପ୍ରଦ୍ୟୁମ୍ନର ମା’ ଜ୍ୟୋତି ଠାକୁର ସନ୍ଦେହ କରିଥିଲେ ଯେ, ତାଙ୍କ ପୁଅକୁ ଆଉ କେହି ହତ୍ୟା କରିଛି । ପୁଲିସର ଯାଞ୍ଚ ଉପରେ ତାଙ୍କର ଭରସା ନାହିଁ । ଗଣମାଧ୍ୟମାକୁ ସେ କହିଥିଲେି, ପ୍ରକୃତ ହତ୍ୟାକାରୀଙ୍କୁ ବଞ୍ଚାଇବାକୁ ଯାଇ କଣ୍ଡକ୍ଟର ଉପରେ ଦୋଷ ଦିଆଯାଇଛି । ଏହା ନିଶ୍ଚିତ ଭାବରେ ଷଡଯନ୍ତ୍ର ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ଯେ, ୭ବର୍ଷର ଶିଶୁକୁ ତଣ୍ଟି କାଟି ହତ୍ୟା କରାଯାଇଥିଲା । ହତ୍ୟା ପରେ ଅପରାଧୀ ଶିଶୁଟିର ମୃତ ଦେହକୁ ଶୌଚାଳୟରେ ଫିଙ୍ଗି ଦେଇ ଚାଲି ଯାଇଥିଲା । ମୃତକଙ୍କ ପିତାଙ୍କ କହିବା ଅନୁସାରେ ପୁଅ ସହି-ସଲମାନ ସକାଳୁ ସ୍କୁଲ ଯାଇଥିଲା। କିଛି ସମୟ ପରେ ସ୍କୁଲ କତ୍ତୃପକ୍ଷ ତରଫରୁ ଫୋନ୍‌ ଆସିଥିଲା ଅଭିଭାବକ ପକ୍ଷରୁ ଶନିବାର ପ୍ରଦର୍ଶନ ହେବା ପରେ ପରିସ୍ଥିତିକୁ ଆଖି ଆଗରେ ରଖି ସ୍କୁଲ କତ୍ତୃପକ୍ଷ ପ୍ରିନ୍ସପାଲଙ୍କୁ ନିଲମ୍ବନ କରିଛନ୍ତି  ।