ସିବିଆଇ ମାମଲାରେ କୋର୍ଟରେ ଯୁକ୍ତି ଉପସ୍ଥାପନ କରିବେ ଦେଶର ବଡ ବଡ ଆଇନଜୀବୀ । ଆଲୋକଙ୍କ ପାଇଁ ଫଲି ନରିମାନ୍ ଲଢୁଥିବା ବେଳେ ରାକେଶଙ୍କ ପକ୍ଷ ରଖିବେ ମୁକୁଲ ରୋହତଗୀ

46

କନକ ବ୍ୟୁରୋ: ଆଜି ସୁପ୍ରିମକୋର୍ଟରେ ସିବିଆଇ ବିବାଦ ନେଇ ହେବ ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଆବେଦନ ଉପରେ ଆଜି ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ । ରାତି ଅଧିଆ ତାଙ୍କୁ ଛୁଟିରେ ପଠାଇବାକୁ ବିରୋଧ କରି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆଲୋକ ବର୍ମା । ଆଲୋକ ବର୍ମା ନିର୍ଦ୍ଦେଶକ ପଦବୀରେ ଥିଲେ ସୁଦ୍ଧା ତାଙ୍କୁ ଛୁଟିରେ ପଠାଯିବା ସହ ତାଙ୍କଠାରୁ ସମସ୍ତ କ୍ଷମତା କାଢ଼ି ନିଆଯାଇଛି । ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାଜେଶ ଆସ୍ଥାନାଙ୍କ ମଧ୍ୟରେ ବିବାଦ ଯୋଗୁଁ ଝଡ ସୃ୍ଷ୍ଟି ହୋଇଛି । ଉଭୟ ପରସ୍ପର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି । ରାକେଶ ଅସ୍ଥାନା ମାଂସ ବ୍ୟବସାୟୀ ମୋଇନ୍ କ୍ୟୁରେସୀଠାରୁ ୩ କୋଟି ଟଙ୍କା ଲାଂଚ ନେଇଥିବା ଅଭିଯୋଗ ହୋଇଛି । ସେହିପରି କ୍ୟୁରେସୀର ସହଯୋଗୀଠାରୁ ବର୍ମା ୨ କୋଟି ଟଙ୍କା ଲାଂଚ ନେଇଥିବା ଅଭିଯୋଗ ହୋଇଛି । ସେପଟେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଘର ଆଗରୁ ଗତକାଲି ୪ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଥିଲା । ତେବେ ପରେ ଏହା ଗୁଇନ୍ଦା ବିଭାଗର ରୁଟିନ୍ ପାଟ୍ରୋଲିଂ କାମ ଥିଲା ବୋଲି କୁହାଯାଇଛି । ତେବେ ଏହି ପୂରା ମାମଲା ଏକ ନାଟକୀୟ ମୋଡ ନେଇଥିବା ବେଳେ ଏବେ ସାରା ଦେଶର ନଜର ରହିଛି, ଏ ସଂପର୍କରେ ସର୍ବୋଚ୍ଚ ଅଦାଲତଙ୍କ ଆଭିମୁଖ୍ୟ କଣ ରହୁଛି ।

 

କେମିତି ଆରମ୍ଭ ହେଲା ବିବାଦ ?

ସିବିଆଇରେ ଆଲୋକ ବର୍ମା ନିର୍ଦ୍ଦେଶକ ଥିବା ବେଳେ ନମ୍ବର ଟୁ ଥିଲେ ରାକେଶ ଆସ୍ଥାନା । ତାଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶକ ପଦବୀ ତିଆରି କରି ନିଯୁକ୍ତି ଦେଇଥିଲେ କେନ୍ଦ୍ର ସରକାର । କିଛି ଦିନ ତଳେ ସିବିଆଇର ଏହି ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ଜଣେ ମାଂସ ବ୍ୟବସାୟୀ ମୋଇନ କ୍ୟୁରେସୀଙ୍କ ବିରୋଧରେ ଚାଲିଥିବା ତଦନ୍ତ ମାମଲାରେ ଏଫଆଇଆର ରୁଜୁ ହୋଇଥିଲା । ଅଭିଯୋଗ ଆସିଥିଲା, ମାମଲାକୁୁ ରଫାଦାଫ କରିବା ଲାଗି ଆସ୍ଥାନା ଲାଂଚ ନେଇଥିଲେ ।

ମାଂସ ବ୍ୟବସାୟୀ ମୋଇନ କ୍ୟୁରେସି ମାମଲାରେ ଛନ୍ଦି ହୋଇଥିବା ସତୀଶ ସାନା ନାମକ ଜଣେ ବ୍ୟକ୍ତି ମାମଲାରୁ ନିଜ ନାଁକୁ ରଫାଦଫା କରିବା ଲାଗି ସ୍ୱତନ୍ତ୍ର ନିର୍ଦ୍ଦେଶକ ଆସ୍ଥାନାକୁ ୩ କୋଟି ଟଙ୍କା ଲାଂଚ ଦେଇଥିବା ଅଭିଯୋଗ ଆସିଲା ମଙ୍ଗଳବାର ଦିନ ଆସ୍ଥାନାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏହାକୁ ନେଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେସ ଆସ୍ଥାନା ଏକ ପ୍ରକାର ମୁହାଁମୁହିଁ ହୋଇଥିଲେ । କେନ୍ଦ୍ର ସରକାର ସିଭିସିର ସୁପାରିଶ ପରେ ଦୁଇ ଅଧିକାରୀଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଓଡିଶା କ୍ୟାଡରର ଅଫିସର ନାଗେଶ୍ୱର ରାଓଙ୍କୁ ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ ।

• ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି

• ରାତି ଅଧିଆ ଛୁଟିରେ ପଠାଇବାକୁ ବିରୋଧ କରି ସୁପ୍ରିମକୋର୍ଟ ଯାଇଛନ୍ତି

• ଆଲୋକ ବର୍ମାଙ୍କୁ ଛୁଟିରେ ପଠାଯିବା ସହ ସମସ୍ତ କ୍ଷମତା କାଢିନିଆଯାଇଛି

• ମଙ୍ଗଳବାର ଅଧରାତିରେ ଛୁଟିରେ ଯିବା ନେଇ ନିର୍ଦ୍ଦେଶନାମା ଦିଆଯାଇଥିଲା

• ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ଛୁଟି ଦିଆଯାଇଥିଲା

• ରାକେଶ ଅସ୍ଥାନାଙ୍କ ବିରୋଧରେ ୩ କୋଟି ଟଙ୍କାର ଲାଂଚ ନେବା ଅଭିଯୋଗ ରହିଛି

• ପରେ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ ରାକେଶ ଅସ୍ଥାନା ଅଭିଯୋଗ ଆଣିଥିଲେ

• ସିବିଆଇ ନିର୍ଦ୍ଦେଶକଙ୍କୁ ଛୁଟିରେ ପଠାଯିବା ପରେ କେନ୍ଦ୍ର ବିରୋଧରେ ସ୍ୱର ଉଠିଛି

• ଆଜି ମାମଲାର ଶୁଣାଣି କରିବେ ତିନିଜଣିଆ ଖଣ୍ଡପୀଠ

• ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଖଣ୍ଡପୀଠ କରିବେ ଶୁଣାଣି

• ବରିଷ୍ଠ ଆଇନଜୀବୀ ଫଲି ନରିମାନ ଆଲୋକ ବର୍ମାଙ୍କ ପାଇଁ ମାମଲା ଲଢୁଛନ୍ତି

• ଆଟର୍ଣ୍ଣି ଜେନେରାଲ କେ.ବେଣୁଗୋପାଳ କେନ୍ଦ୍ର ସରକାରଙ୍କ ପକ୍ଷ ରଖିବେ, ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସିଭିସି ପକ୍ଷରୁ ମାମଲା ଲଢୁଛନ୍ତି ରାକେଶ ଅସ୍ଥାନାଙ୍କ