ରିମାଣ୍ଡର ଦ୍ୱିତୀୟ ଦିନରେ ପ୍ରଭାତ ବିଶ୍ୱାଳଙ୍କୁ ଜେରା ! ସିସୋର ସହ ଜମି କାରବାର ଓ ପତ୍ନୀଙ୍କ ଆକାଉଂଟକୁ ଆସିଥିବା ଟଙ୍କା ନେଇ ପଚରାଉଚରା

20

କନକ ବ୍ୟୁରୋ : ରିମାଣ୍ଡର ଦ୍ୱିତୀୟ ଦିନରେ ପ୍ରଭାତ ବିଶ୍ୱାଳଙ୍କୁ ଚାଲିଛି ମାରାଥନ ଜେରା । ସିସୋର ସହ ଜମି କାରବାର ଓ ପତ୍ନୀଙ୍କ ଆକାଉଂଟକୁ ଆସିଥିବା ଟଙ୍କା ନେଇ ପଚରା ଉଚରା କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଗତକାଲି ରାତିରେ ପ୍ରଭାତଙ୍କ ସମ୍ପର୍କୀୟଙ୍କ ଘରେ ସିବିଆଇ ଚଢାଉ କରିଛି । ସିସୋର ଚିଟଫଣ୍ଡ ଠକେଇ ମାମଲାରେ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ସିବିଆଇ ସ୍କାନରରେ ଥିଲେ । ଗିରଫ ପରେ ମାରାଥାନ ଜେରା କରି କୋର୍ଟ ଚାଲାଣ କରିଥିଲା ସିବିଆଇ । ସୋମବାର ରାତିରେ ପଚରାଉଚରା ପାଇଁ ଡାକି ନେବା ପରେ ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କରିଥିଲା ସିବିଆଇ ।

ପ୍ରଭାତଙ୍କ ଗିରଫଦାରୀ ପ୍ରତିବାଦରେ ତାତିଲେ ସମର୍ଥକ । କଟକରେ ସମର୍ଥକମାନେ ବିଶାଳ ବାଇକ ରାଲି କରିଛନ୍ତି । ବାଇକ ରାଲିରେ ଆସି ସମର୍ଥକମାନେ ଭୁବନେଶ୍ୱରରେ ପହଂଚିବାପରେ ସିବିଆଇ ଅଫିସ ଘେରିବେ । ସେପଟେ ଜଗତପୁରରେ ମୋଦି, ଧର୍ମେନ୍ଦ୍ର ଓ ଅମିତ ଶାହଙ୍କ ପୋଷ୍ଟର ପୋଡିଛନ୍ତି ସମର୍ଥକ । ଲଗାତର ଦ୍ୱିତୀୟ ଦିନ ଲାଗି କଟକରେ ଗିରଫଦାରରୀ ପ୍ରତିବାଦ କରିଛନ୍ତି ବିଧାୟକଙ୍କ ସମର୍ଥକ ।