ଆରଏସପି ଇଡିଙ୍କ ଲକର ଛାଣିଲା ସିବିଆଇ ! ୨୧ ଲକ୍ଷ ଟଙ୍କାର ହୀରା ଓ ସୁନା ଗହଣା ଜବତ

30

କନକ ବ୍ୟୁରୋ : ଟେଣ୍ଡର ପାସ୍ କରିବା ପାଇଁ ୧ ଲକ୍ଷ ଟଙ୍କା ଲାଂଚ ନେଇ ଗିରଫ ହୋଇଥିବା ରାଉରକେଲା ଷ୍ଟିଲ୍ ପ୍ଲାଂଟର ଇଡି ବି.ପି ବର୍ମାଙ୍କ ଅର୍ଥକାରବାର ନେଇ ଯାଂଚ୍ କରିଛି ସିବିଆଇ । ଟଙ୍କା ଦେଣନେଣ ନେଇ ଖୋଳତାଡ କରିବା ପାଇଁ ଆଜି ସିବିଆଇର ଏକ ଟିମ୍ ରାଉରକେଲାର ସେକ୍ଟର ୧୯ରେ ଥିବା ଷ୍ଟେଟ ବ୍ୟାଙ୍କ ଶାଖାରେ ପହଂଚିଥିଲା । ଏସବିଆଇର ଏହି ଶାଖାରେ ଥିବା ଲକରରୁ ୪୨୦ ଗ୍ରାମ ସୁନା ଗହଣା ଠାବ କରିଛି ସିବିଆଇ ।

ସେହିପରି ସାଢ଼େ ୬ ଲକ୍ଷ ଟଙ୍କାର ହୀରା ଗହଣା ମଧ୍ୟ ମିଳିଛି ସିବିଆଇକୁ । ଏକାଉଂଟରରେ ୨୯ ଲକ୍ଷ ୧୫ ହଜାର ଟଙ୍କା ଥିବା ସୂଚନା ମିଳିଛି । ଭୁବନେଶ୍ୱର ପ୍ରସାଦ ବର୍ମା ଏବଂ ସୁନିତା ବର୍ମାଙ୍କ ନାଁରେ ରାଉରକେଲା ସେକ୍ଟର-୧୯ ଏସ୍ବିଆଇ ଶାଖାରେ ଲକର ଏବଂ ଆକାଉଂଟ ଥିବା ଜଣାପଡ଼ିଛି । ଗତକାଲି ବର୍ମାଙ୍କ ଘରୁ ୨୦ ଲକ୍ଷ ଟଙ୍କାର ୨ ହଜାର ନୋଟ୍ ଜବତ ହୋଇଥିଲା ।