ପିଏନବି ଦୁର୍ନୀତିର କାର୍ପଟଦାର ନିରବଙ୍କ ନାଁରେ ଜାରି ହୋଇପାରେ ରେଡ କର୍ଣ୍ଣର ନୋଟିସ୍ : ଇଂଟରପୋଲକୁ ଯୋଗାଯୋଗ କଲା ସିବିଆଇ

30

କନକ ବ୍ୟୁରୋ : ପିଏନବି ଘୋଟାଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କ ନାଁରେ ଜାରି ହୋଇପାରେ ରେଡ କର୍ଣ୍ଣର ନୋଟିସ୍ । ଏନେଇ ଯାଂଚ ସଂସ୍ଥା ଇଂଟରପୋଲ ସହ ଯୋଗାଯୋଗ କରିଥିବା ରିପୋର୍ଟ ପ୍ରକାଶ ପାଇଛି । ନିରବ ମୋଦିଙ୍କ ସହ ତାଙ୍କ ସହଯୋଗୀ ମେହୁଲ ଚୌକସିଙ୍କ ନାଁରେ ମଧ୍ୟ ରେଡ କର୍ଣ୍ଣର ନୋଟିସ ଜାରି କରିବାକୁ ଚାହୁଁଛି ସିବିଆଇ । ଉଭୟଙ୍କ ନାଁରେ ରେଡ କର୍ଣ୍ଣର ନୋଟିସ ଜାରି ହେଲା ପରେ ଇଂଟରପୋଲରେ ସାମିଲ ଥିବା ଦେଶ ଗୁଡିକ ତାଙ୍କୁ ଗିରଫ କରିବାରେ ସୁବିଧା ହେବ ।

source : wionews.com

ସେପଟେ ନିରବ ଲଣ୍ଡନରେ ଥିବା ଖବର ମିଳିଛି । ଦେଶ ଛାଡି ପଳାଇଥିବା ବ୍ୟାଙ୍କ ଠକେଇର ଏହି କାର୍ପଟଦାର ସେଠାରେ ରାଜନୈତିକ ଆଶ୍ରୟ ପାଇଁ ମଧ୍ୟ ମସୁଧା ଚଳାଇଛି । ଏ ନେଇ ଫାଇନାନ୍ସିଆଲ ଟାଇମ୍ସ ଏକ ରିପୋର୍ଟ ପ୍ରକାଶ କରିଛି । ଭାରତୀୟ ଓ ବ୍ରିଟିଶ୍ ଅଧିକାରୀଙ୍କ ସୂତ୍ରରୁ ଏପରି ସୂଚନା ପାଇଥିବା ଫାଇନାନ୍ସିଆଲ ଟାଇମ୍ସ ଦାବି କରିଛି । ତେବେ ନିରବ ମୋଦି ସେଠାରେ ଥିବା ବ୍ରିଟେନ୍ ଗୃହ ବିଭାଗ ସୂଚନା ଦେଇଛି । କୋଟି କୋଟି ଟଙ୍କାର ଋଣ ଠକେଇ ପରେ ଦେଶ ଛାଡି ଫେରାର ହୋଇଥିବା ନିରବ ମୋଦି ଭାରତ ନଫେରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ଚଳାଇ ଥିବା ବେଳେ ଏବେ ବ୍ରିଟେନ୍ରେ ରାଜନୈତିକ ଆଶ୍ରୟ ଖୋଜୁଛି ।