ସିବିଆଇରେ ଭ୍ୟାକେନ୍ସିଂ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ! ୩୪ ହଜାରରୁ ଆରମ୍ଭ ହେବ ବେତନ, ଜାଣନ୍ତୁ କିପରି କରିବେ ଆବେଦନ ।

50

ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ତରଫରୁ ସବ୍-ଇନ୍ସପେକ୍ଟର ଏବଂ ଇନ୍ସପେକ୍ଟର ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଏହି ପଦବୀ ପାଇଁ ୫୩ ଟି ପଦ ଖାଲି ରହିଥିବା ବେଳେ ଏଥିପାଇଁ ଯେ କୌଣସି ମାନ୍ୟତା ପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଗ୍ରାଜୁଏସନ୍ କରିବା ଅନିବାର୍ଯ୍ୟ ଅଟେ । ଚାକିରୀ ପାଇଁ ବୟସ ସୀମା ୨୦ ରୁ ୩୦ ମଧ୍ୟରେ ସୀମିତ ରହିଥିବା ବେଳେ ଚୟନ ପରେ ୯,୩୦୦ ରୁ ଆରମ୍ଭ କରି ୩୪,୮୦୦ ବେତନ ସୀମା ରହିଥିବା ଜଣାପଡୁଛି । ଆବେଦନ କରିବାର ଅନ୍ତିମ ତାରିଖ ୪ ଜୁନ୍ ୨୦୧୮ ଥିବାବେଳେ ସିବିଆଇ ୱେବସାଇଡ୍ cbi.gov.in ରେ ଯାଇ ଇଚ୍ଛାକୃତ ପ୍ରାର୍ଥୀ ଆବେଦନ କରିପାରିବେ । ଡକ୍ୟୁମେଣ୍ଟ ଭେରିଫିକେସନ୍ , ଫିଜିକାଲ୍ ଟେଷ୍ଟ ଏବଂ କମ୍ପ୍ୟୁଟର ପରୀକ୍ଷା ଆଧାରରେ ଚୟନ ପ୍ରକ୍ରିୟାକୁ ଆରମ୍ଭ କରାଯିବ ।