ସିବିଆଇ ସ୍କାନରରେ ରାଉରକେଲାର ପ୍ରତିଷ୍ଠିତ ବ୍ୟବସାୟୀ ସୁରେନ୍ଦ୍ର ଦୁଆ

35

କନକ ବ୍ୟୁରୋ: ସିବିଆଇ ସ୍କାନରରେ ରାଉରକେଲାର ବ୍ୟବସାୟୀ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ସହରର ପ୍ରତିଷ୍ଠିତ ବ୍ୟବସାୟୀ ସୁରେନ୍ଦ୍ର ଦୁଆଙ୍କ ଘରେ ଛାପା ମାରିଛି ସିବିଆଇ । କେବଳ ଘର ନୁହେଁ ଆହୁରି ୫ଟି ସ୍ଥାନରେ ସିବିଆଇ ରେଡ୍ ଚାଲିଛି । ଦୁର୍ଗାପୁର ଓ ରାଉରକେଲା ସମେତ ୫ଟି ସ୍ଥାନରେ ଏହି ଚଢାଉ ହୋଇଛି ।

ସେହିଭଳି ରାଉରକେଲାର ଷ୍ଟିଲ ପ୍ଲାଂଟର ପୂର୍ବତନ ନିର୍ବାହୀ ନିର୍ଦ୍ଦେଶକ ଭୁବନେଶ୍ୱର ପ୍ରସାଦ ବର୍ମାଙ୍କ ଘରେ ମଧ୍ୟ ସିବିଆଇ ଟିମ୍ ଛାନଭିନ୍ ଜାରି ରଖିଛନ୍ତି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ କରାଯାଉଛି । ତେବେ ପୂର୍ବରୁ ଲାଂଚ କାରବାର ଘଟଣାରେ ଗିରଫ ହୋଇଥିଲେ ଭୁବନେଶ୍ୱର ପ୍ରସାଦ ବର୍ମା ।