ଲାଲୁଙ୍କ ଘରେ ସିବିଆଇ ଚଢ଼ାଉ : ଟେଣ୍ଡର ଅନିୟମିତତା ଅଭିଯୋଗରେ ଲାଲୁ, ରାବଡୀ ଓ ତେଜସ୍ୱୀଙ୍କ ବିରୋଧରେ ମାମଲା ରୁଜୁ

18

କନକ ବ୍ୟୁରୋ : ଟେଣ୍ଡର ଅନିୟମିତତା ମାମଲାରେ ପୂର୍ବତନ ରେଳମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ବିରୋଧରେ ମାମଲା । ଲାଲୁ, ତାଙ୍କ ପତ୍ନୀ ରାବଡୀ ଓ ପୁଅ ତେଜସ୍ୱୀଙ୍କ ସମେତ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ । ଏହାସହ ସିବିଆଇ ପୁରୀ, ପାଟନା, ଦିଲ୍ଲୀ, ରାଂଚୀ, ଗୁରୁଗ୍ରାମ ସମେତ ୧୨ଟି ସ୍ଥାନରେ ଚଢ଼ାଉ କରିଛି ।

ଲାଲୁ, ରାବଡୀ ଓ ତେଜସ୍ୱୀଙ୍କ ବାସଭବନ ସମତେ ଆଇଆରସିଟିସିର ପୂର୍ବତନ ଏମଡି ପି.କେ ଗୋୟଲ ଓ ସୁଜାତା ହୋଟେଲ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ବିନୟ କୋଚର ଓ ବିଜୟ କୋଚରଙ୍କ ବାସଭବନରେ ମଧ୍ୟ ଚଢ଼ାଉ କରିଛି । ପୁରୀ ଓ ପାଟନାରେ ଥିବା ହୋଟେଲ ଗୁଡିକରେ ସିବିଆଉ ଚଢ଼ାଉ କରିଛି । ରେଳମନ୍ତ୍ରୀ ଥିବା ସମୟରେ ଲାଲୁ ପ୍ରସାଦ ଯାଦବ ରେଳବାଇର ହୋଟେଲ ଗୁଡିକର ମରାମତି ପାଇଁ ଟେଣ୍ଡର ଦେବାରେ ଅନିୟମିତତା କରିଥିବା ଅଭିଯୋଗ ରହିଛି । ପୁରୀ ଓ ପାଟନାରେ ଥିବା ଏହି ହେରିଟେଜ ହୋଟେଲରେ ଏହି ମରାତି କରାଯାଇଛି । ରେଳମନ୍ତ୍ରୀ ଥିବା ସମୟରେ ଲାଲୁ ସୁଜାତା ହୋଟେଲ ପ୍ରାଇଭେଟ ଲିମିଟେଡକୁ ଠିକା କାମ ଦେଇଥିବା ଅଭିଯୋଗ ହୋଇଛି ।