ତୃତୀୟ ଦିନରେ ପ୍ରଭାତଙ୍କୁ ମାରାଥନ ଜେରା କରିବ ସିବିଆଇ ! ପତ୍ନୀ କହିଲେ, ସ୍ୱାମୀଙ୍କର ଯଦି କିଛି ହୁଏ ତେବେ ଧର୍ମ ସହିବନି ।

21

କନକ ବ୍ୟୁରୋ : ସି’ ସୋର ଚିଟଫଣ୍ଡ  କଂପାନୀ ସହ ଟଙ୍କା କାରବାର ମାମଲାରେ ଗିରଫ ହୋଇଥିବା ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଆଜି ତୃତୀୟ ଦିନରେ ବି ଜେରା କରିବ ସିବିଆଇ । ବିଶେଷ କରି ତାଙ୍କ ପତ୍ନୀ ଲକ୍ଷ୍ମୀବିଳାସୀ ବିଶ୍ୱାଳଙ୍କ ଆକାଉଂଟଙ୍କୁ କେଉଁ ଘରୋଇ କଂପାନୀଠାରୁ ବିପୁଳ ଟଙ୍କା ଆସିଥିଲା ଏବଂ କେଉଁ କଂପାନୀର ପରିଚାଳନା ପାଇଁ ଟଙ୍କା ନେଇଥିଲେ ସେନେଇ ଗତକାଲି ଜେରା କରଥିଲା ସିବିଆଇ । ଆଉ ଏପଟେ ପ୍ରଭାତ ବିଶ୍ୱାଳଙ୍କ ଗିରଫଦାରୀର ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି ବିଜେଡି । ରାଜନୈତିକ ଉଦ୍ଦେଶ୍ୟରେ ଗିରଫଦାରୀ ହୋଇଥିବା ଅଭିଯୋଗ କରିବା ସହ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟ କରିଛନ୍ତି ବଡ ଧରଣର ହଙ୍ଗାମା କରିଛି ଛାତ୍ର ବିଜେଡି ।

ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରି ପଚରାଉଚରା କରୁଥିବାବେଳେ ଏପଟେ ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖଛନ୍ତି ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳ । ସେ ସିବିଆଇକୁ ଚ୍ୟାଲେଞ୍ଜ କରିଛନ୍ତି । ଏପରିକି କ୍ୟାମେରା ଆଗରେ କାନ୍ଦି ପକାଇଛନ୍ତି ପ୍ରଭାତ ବିଶ୍ୱାଳଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀ ବିଶ୍ୱାଳ । ସେ କହିଛନ୍ତି ୨୫ ଲକ୍ଷରୁ ଅଧିକ ଟଙ୍କାର କାରବାର ହୋଇନି, ଯଦି ତାଙ୍କ ସ୍ୱାମୀଙ୍କର କିଛି ହୁଏ ତେବେ ଧର୍ମ ସହିବନି ।