ଚତୁର୍ଥ ଦିନରେ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇର ଜେରା ! ଖୋଲୁଛି ସିସୋର ସହ ଲିଙ୍କର ଗୁମର

21

କନକ ବ୍ୟୁରୋ : ଚତୁର୍ଥ ଦିନରେ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇର ଜେରା । ସିବିଆଇ ଅଫିସରେ ଚତୁର୍ଥ ଦିନ ପ୍ରଭାତ ବିଶ୍ୱାଳଙ୍କୁ ଜେରା କରାଯାଉଛି । ସେପଟେ ଏସଆଇଟି ଡିଆଇଜିଙ୍କୁ ଭେଟିଛନ୍ତି ଇଡିର ଦୁଇ ବରିଷ୍ଠ ଅଧିକାରୀ । ଚୌଦ୍ୱାର କଟକ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ୫ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ଏହି ୫ଦିନ ଭିତରେ ସିସୋର ସହ ଜମି କାରବାର ନେଇ ସିବିଆଇର ଅଧିକ ଖୋଳତାଡ ଜାରି ରହିଛି ।

ସୂଚନାଯୋଗ୍ୟ ସୋମବାର ରାତିରେ ପଚରାଉଚରା ପାଇଁ ଡାକି ନେବା ପରେ ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କରିଥିଲା ସିବିଆଇ । ତେବେ ପ୍ରଭାତଙ୍କ ଗିରଫଦାରୀ ପ୍ରତିବାଦରେ ସମର୍ଥକ ତାତିଥିଲେ । ଏନେଇ କଟକରେ ସମର୍ଥକମାନେ ବିଶାଳ ବାଇକ ରାଲି କରିଥିଲେ । ଏହାସହ ଜଗତପୁରରେ ମୋଦି, ଧର୍ମେନ୍ଦ୍ର ଓ ଅମିତ ଶାହଙ୍କ ପୋଷ୍ଟର ପୋଡିଛନ୍ତି ସମର୍ଥକ ।