୨୪୦୦ ପୃଷ୍ଠାରେ ସ୍ୱାକ୍ଷର ପାଇଁ ୪ଟି ପେନ ! ଲାଲୁଙ୍କ ଦଣ୍ଡବିଧାନର ଭିତିରି କଥା

40

ସିବିଆଇ ଅଦାଲତ ଦେଓଘର ଚାରା ଘୋଟାଲା ମାମଲାରେ ଆରଜେଡି ପ୍ରମୁଖ ଲାଲୁ ପ୍ରସାଦ ଯାଦବଙ୍କ ସମେତ ୧୬ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛି । ଅଦାଲତ ଲାଲୁ ଯାଦବଙ୍କୁ ସାଢେ ୩ ବର୍ଷର ଜେଲ ଦଣ୍ଡ ଶୁଣାଇବା ସହିତ ୫ ଲକ୍ଷ ଟଙ୍କାର ଜୋରିମାନା ଦେବାପାଇଁ କହିଛନ୍ତି । ତେବେ ଦଣ୍ଡ ଘୋଷଣା ପୂର୍ବରୁ ସିବିଆଇ ଜଜ୍ ଶିବପାଲ ସିଂ ୨୪୦୦ଟି ପୃଷ୍ଠାରେ ଦସ୍ତଖତ କରିଛନ୍ତି । ଏହି ଫାଇଲରେ ଦସ୍ତଖତ କରିବା ସମୟରେ ଜଜ୍୍ ୪ଟି ପେନର ସ୍ୟାହି ସାରିଛନ୍ତି । ଶନିବାର ଦିନ ଲାଲୁ ଏବଂ ଅନ୍ୟ ଦୋଷୀଙ୍କୁ ଜେଲ ଦଣ୍ଡ ଦେବା ପାଇଁ ଘୋଷଣା କରିଛନ୍ତି ।

lalu-prasad-yadav-jailଚାରା ଘୋଟାଲା ମାମଲାରେ ଲାଲୁଙ୍କ ସମେତ ଜେଲରେ ବନ୍ଦ ହୋଇଥିବା ୧୬ ଜଣ ଅଭିଯୁକ୍ତ ଭିଡିଓ କନଫରେନ୍ସି ଦ୍ୱାରା ହୋଇଥିବା ଶୁଣାଣିରେ ସାମିଲ ହୋଇଥିଲେ । ଶନିବାର ସିବିଆଇ କୋର୍ଟ ସନ୍ଧ୍ୟା ୪ଟା ସମୟରେ ସମସ୍ତ ଦୋଷୀଙ୍କ ବିରୋଧରେ ସଜା ଶୁଣାଇଥିଲେ ।

ସୂଚନା ଅନୁସାରେ ଦେବଘର କୋଷାଗାର ଆରସି ୬୪ଏ/୯୬ରୁ ବେଆଇନ ଭାବେ ୮୯ ଲକ୍ଷ ଟଙ୍କା ଉଠାଯାଇଥିଲା । ଏହି ମାମଲାରେ ଲାଲୁଙ୍କୁ ଦୋଷୀ କରାଯାଇଥିଲା । ୨୩ ଡିସେମ୍ବରରେ ଦୋଷୀ ଭାବେ ପାଇବା ପରେ ଲାଲୁଙ୍କୁ ରାଂଚିର ବିର୍ସା ମୁଣ୍ଡା ଜେଲରେ କଏଦ କରାଯାଇଥିଲା । ୩ ଜାନୁୟାରୀ ଠାରୁ ଏହି ବାବଦରେ ଶୁଣାଣି ଚାଲୁ ରହିଥିଲା । ତେବେ ଗତକାଲି ସ୍ୱାସ୍ଥ୍ୟ ବାବଦରେ ସଫାଇ ଦେଇ ଲାଲୁଙ୍କୁ ଜେଲ ଦଣ୍ଡ କେହଳ କରିବାକୁ ଅନୁରୋଧ କରିଥିଲେ ।