ପୁଣି ତତ୍ପର ହେଲା ସିବିଆଇ ତଦନ୍ତ : ଆଜିି ସିବିଆଇ ନିକଟରେ ହାଜର ହୋଇପାରନ୍ତି ବରିଷ୍ଠ ଅଧିକାରୀ

33

କନକ ବ୍ୟୁରୋ : ପୁଣି ଫେରିଲା ସିବିଆଇ ଭୟ । ସି-ସୋର ଲିଙ୍କ ନେଇ ଅଫିସରଙ୍କୁ ସମନ୍ । ସି-ସୋର ଚିଟଫଣ୍ଡ ସଂସ୍ଥା ସହ ରାଜ୍ୟ ପର୍ଯ୍ୟଟନ ବିଭାଗର ଚୁକ୍ତି ପ୍ରସଙ୍ଗରେ ତତ୍କାଳୀନ ଅଧିକାରୀଙ୍କୁ ସିବିଆଇ ସମନ୍ କରିଛି । ତତ୍କାଳୀନ ପର୍ଯ୍ୟଟନ ସଚିବ ପରାଗ ଗୁପ୍ତା ଓ ସେତେବେଳେ ପର୍ଯ୍ୟଟନ ବିଭାଗର ମହାପ୍ରବନ୍ଧକ ଥିବା ସଂଗ୍ରାମ କେଶରୀ ରାୟଙ୍କୁ ସମନ ଜାରି କରାଯାଇ ଆଜି ହାଜର ହେବାଲାଗି କୁହାଯାଇଛି ।

ଅନେକ ଦିନର ବ୍ୟବଧାନ ପରେ ଏହି ପ୍ରସଙ୍ଗରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତାର ଛାନଭିନକୁ ଯେଉଁଠାରେ ଛାଡିଥିଲା ପୁଣି ସେହିଠାରୁ ଆରମ୍ଭ କରୁଥିବା ଜଣାପଡିଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ସହ ସି-ସୋର ସଂସ୍ଥା ଦୁଇଟି ପ୍ରକଳ୍ପ କ୍ଷେତ୍ରରେ ଚୁକ୍ତି କରିଥିଲା କଟକ ମହାନଦୀରେ ନୌକା ବିହାର ପ୍ରକଳ୍ପ ଏବଂ ଖୋର୍ଦ୍ଧା ଅଟ୍ରିରେ ସରକାରୀ ଗେଷ୍ଟ ହାଉସ ପରିଚାଳନା ନେଇ ସିସୋର ସହ ବୁଝାମଣା ହୋଇଥିଲା । ପୂର୍ବରୁ କମ୍ପାନି ବାବଦରେ ସରକାର ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ କି ନା ସେ ବାବଦରେ ଖୋଳତାଡ ହେଉଛି ।