ବାଟ ହୁଡିଲା ସିବିଆଇ ! ଅବସରପ୍ରାପ୍ତ ବିଚାରପତିଙ୍କ ଘରକୁ ଯିବା ବଦଳରେ ହାଇକୋର୍ଟ ବିଚାରପତିଙ୍କ ଘରକୁ ପଶିଗଲା ତଦନ୍ତକାରୀ ଦଳ

27

କନକ ବ୍ୟୁରୋ : ବାଟ ହୁଡ଼ିଲା ସିବିଆଇ । ଅବସରପ୍ରାପ୍ତ ବିଚାରପତିଙ୍କ ଘରକୁ ଯିବା ବଦଳରେ ବିଚାରପତିଙ୍କ ବାସଭବନକୁ ପଶିଗଲେ ସିବିଆଇ ଅଫିସର । ଗତକାଲି ରାତିରେ କ୍ୟାଂଟମେଂଟ ରୋଡ଼ସ୍ଥିତ ହାଇକୋର୍ଟର ବିଚାରପତି ଚିତରଂଜନ ଦାଶଙ୍କ ଘରେ ସିବିଆଇ ଅଫିସର ପଶିଥିଲେ । ଅବସରପ୍ରାପ୍ତ ବିଚାରପତିଙ୍କୁ ଖୋଜୁଥିଲେ ସିବିଆଇ । ତେବେ ଭୁଲବଶତଃ ବିଚାରପତି ଚିତରଂଜନ ଦାସଙ୍କ ଘରେ ପଶିଯାଇଥିବା ଜାଣିବା ପରେ ସିବିଆଇ ଅଫିସର ବିଚାରପତିଙ୍କ ଘରୁ ଚାଲି ଆସିଥିଲା । ଏହା ପ୍ରତିବାଦରେ ଓଡ଼ିଶା ହାଇକୋର୍ଟବାର ଆସୋସିଏସନ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ବୈଠକରେ ପରବର୍ତୀ ପଦକ୍ଷେପ ନେଇ ନିଷ୍ପତି ନିଆଯାଇପାରେ ।