ଚିଟଫଣ୍ଡ ଲିଙ୍କରେ ମନ୍ତ୍ରୀ ଦେବୀ ମିଶ୍ରଙ୍କ ପଲିଟିକାଲ ପିଏଙ୍କୁ ସିବିଆଇର ଜେରା

18

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସିବିଆଇ ନିକଟରେ ହାଜର ହେଲେ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ପଲିଟିକାଲ ପିଏ ଦିଲ୍ଲୀପ ମିଶ୍ର । ସୋସୋର ଓ ଏଟି ଲିଙ୍କ୍ ନେଇ ତାଙ୍କୁ ପଚରାଉଚରା କରାଯାଇଥିବା ସୂଚନା ମିଳିଛି । ସିବିଆଇ ଜେରା ପରେ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀପ ମିଶ୍ର । କହିଛନ୍ତି ପ୍ରଭାତ ତ୍ରିପାଠୀ ମୋତେ ଫସାଇ ଦେଇଛନ୍ତି । ପ୍ରଭାତ ସିବିଆରେ ଅଭିଯୋଗ ଆଣିବା ପରେ ତାଙ୍କୁ ଡଳରା ହୋଇଥିବା ସେ କହିଛନ୍ତି । ଆସନ୍ତା ସୋମବାର ପୁଣି ଥରେ ସେ ସିବିଆଇ ନିକଟରେ ହାଜର ହେବେ ବୋଲି ଦିଲ୍ଲୀପ ମିଶ୍ର କହିଛନ୍ତି । ଜମିର କାଗଜପତ୍ର ଏବଂ ବିଭିନ୍ନ ବ୍ୟାଙ୍କ ଆକଉଂଟ ନେଇ ବ୍ୟାଙ୍କରେ ହାଜର ହେବେ । ସେପଟେ ଦିଲ୍ଲୀପ ମିଶ୍ରଙ୍କ ସିବିଆଇ ଜେରା ପ୍ରସଙ୍ଗ ମୁହଁ ଖୋଲିଛନ୍ତି ପ୍ରଭାତ ତ୍ରିପାଠୀ । ସେ ସିବିଆଇ ଜେରା ବେଳେ ଦିଲ୍ଲୀପଙ୍କ ନାଁ କହିନଥିବା କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ ପ୍ରଭାତ କରିଛନ୍ତି । ସେପଟେ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନ୍ତ୍ରୀ ଦେବୀ ମିଶ୍ର ମନା କରିଦେଇଛନ୍ତି ।