୮ ଜଣଙ୍କୁ ଗିରଫ କଲା ସିବିଆଇ : କୋଟିପତି ବିଜୟ ମାଲ୍ୟାଙ୍କୁ ବେଆଇନ ଭାବେ ଋଣ ଦେବାରେ ସହାୟତା କରିଥିବା ଅଭିଯୋଗ
କିଙ୍ଗଫିସର ମାଲିକ ତଥା କୋଟିପତି ବିଜୟ ମାଲ୍ୟାଙ୍କୁ ବେଆଇନ ଭାବେ ଋଣ ଦେବାରେ ସହାୟତା କରିଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନେଇଛି ସିବିଆଇ । ଆଇଡିବିଆଇର ପୂର୍ବତନ ଚେୟାରମ୍ୟାନଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି ସିବିଆଇ । ଗିରଫ ମଧ୍ୟରେ ୪ଜଣ ଆଇଡିବିଆଇ ବ୍ୟାଙ୍କ କର୍ମଚାରୀ ଓ ଅନ୍ୟ ୪ଜଣ କିଙ୍ଗଫିସର କର୍ମଚାରୀ ଅଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଇଡିବିଆଇର ପୂର୍ବତନ ଚେୟାରମ୍ୟାନ ଯୋଗେଶ ଅଗ୍ରୱାଲଙ୍କୁ ଦିଲ୍ଲୀରୁ ଗିରଫ କରିଛନ୍ତି ସିବିଆଇ ଅଫିସର । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ମୁମ୍ବାଇ ସ୍ଥିତ ସିବିଆଇର ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯାଇ ପଚରାଉଚରା କରାଯାଇଛି ।