ଭିଭିଆଇପି ଚୋପର-ଅଗସ୍ତା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି ମାମଲା : ପୂର୍ବତନ ବାୟୁସେନା ମୁଖ୍ୟ ଏସ.ପି. ତ୍ୟାଗି ଗିରଫ

34

କନକ ବ୍ୟୁରୋ : ପୂର୍ବତନ ବାୟୁସେନା ମୁଖ୍ୟ ଏସ.ପି. ତ୍ୟାଗି ଗିରଫ । ଭିଭିଆଇପି ଚୋପର-ଅଗସ୍ତା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରିଛି ସିବିଆଇ । ୩ ହଜାର ୬ ଶହ କୋଟି ଟଙ୍କାର ଅଗସ୍ତା ୱେଷ୍ଟଲ୍ୟାଣ୍ଡ ଡିଲ ପାଇଁ ଲାଂଚ କାରବାର ଅଭିଯୋଗରେ ଛାନଭିନ କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ।

୨୦୦୭ରେ ବାୟୁସେନା ମୁଖ୍ୟ ପଦରୁ ଅବସର ନେଇଥିବା ତ୍ୟାଗିଙ୍କୁ ଏହି ମାମଲାରେ ପୂର୍ବରୁ ବହୁବାର ଜେରା କରିଥିଲା ସିବିଆଇ । ଫିନମେକିନାକାର ବ୍ରିଟିସ କମ୍ପାନି ଅଗସ୍ତା ୱେଷ୍ଟଲାଣ୍ଡଠାରୁ ୧୨ଟି ଭିଭିଆଇପି ହେଲିକପ୍ଟର କିଣିବା ପାଇଁ ଭାରତୀୟ ବାୟୁସେନା କରିଥିବା ଚୁକ୍ତିକୁ ୨୦୧୪ ଜାନୁଆରୀରେ ବାତିଲ କରିଦେଇଥିଲେ କେନ୍ଦ୍ର ସରକାର ।

କମ୍ପାନି ସହ ଡିଲ କରିବାକୁ ୪୨୩ କୋଟି ଟଙ୍କାର ଲାଂଚ କାରବାର ହୋଇଥିବା ଅଭିଯୋଗ ରହିଥିଲା । ମାମଲାର ଛାନଭିନ କରୁଥିବା ସିବିଆଇ ଏସ.ପି. ତ୍ୟାଗିଙ୍କ ସଂପୃକ୍ତି ଥିବା ଜାଣିବା ପରେ ତାଙ୍କୁ ଗିରଫ କରିଛି । ଏଥିସହ ଦିଲ୍ଲୀର ଜଣେ ଆଇନଜୀବୀ ଗୌତମ ଖୈତାନ ଓ ସଂଜୀବ ତ୍ୟାଗି ଓରଫ ଜୁଲି ତ୍ୟାଗିଙ୍କୁ ମଧ୍ୟ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା