ଶୀତ ଋତୁରେ ପରିବା ବଜାରକୁ କବଜା କରିଛି କୋବି

91

କନକ ବ୍ୟୁରୋ : ଏବେ କୋବି ଋତୁ ଚାଲିଛି। ଉଭୟ ଫୁଲ କୋବି ଓ ବନ୍ଧା କୋବି ପରିବା ବଜାରକୁ କବ୍‌ଜା କରି ରଖିଛି। ଦେଶୀ ଫୁଲ କୋବି ସହ ଦେଶୀ ଓ ଆମଦାନୀ ବନ୍ଧା କୋବି ବଜାରରେ ଗଦା ହେଉଛି । ଫଳରେ ଖାଉଟିଙ୍କ ନଜର ଏବେ କୋବି ଆଡ଼କୁ ଢଳିଛି । ତେଣୁ ଅନ୍ୟ କଞ୍ଚା ପରିବା ବଜାର ମାନ୍ଦା ।

ବାଇଗଣ, ମଟର, ଟମାଟୋ, ବିନ୍‌ସ ଆଦି କଞ୍ଚା ପରିବା ଦର ତଳ ମୁହାଁ ହୋଇଛି । କାଙ୍କଡ଼ ଓ ପୋଟଳ ଭଳି କିଛି ସବୁଜ ପରିବାକୁ ବାଦ୍‌ ଦେଲେ ଆଉ କାହାର ଦର ୨୦ ଟଙ୍କା ଉପରକୁ ନାହିଁ।