Browsing Category

ନ୍ୟୁଜ୍

ବୋହୂର ବିଜୟରେ ଭାବବିହ୍ୱଳ ହେଲେ ଶ୍ୱଶୁର । ବର୍ଷାଙ୍କ ଶାଶୂଘରେ ଗାଁରେ ଉତ୍ସବର ମାହୋଲ ।

କନକ ବ୍ୟୁରୋ: ପଦ୍ମପୁର ଉପ ନିର୍ବାଚନ ବିଜୟୀ ହୋଇଥିବା ବର୍ଷା ସିଂ ବରିହା ପଦ୍ମପୁରର ଝିଅ ହୋଇଥିବାବେଳେ, କଣାସର ବୋହୂ । ତେଣୁ ତାଙ୍କ ଶାଶୁଘର କଣାସରେ ବି ଆଜି ଦେଖିବାକୁ ମିଳିଥିଲା ଉତ୍ସବ । ବର୍ଷାଙ୍କ ଶାଶୁଘର ଗାଁର ଲୋକମାନେ ଗାଁ ବୋହୂ ବିଧାୟିକା ହେବାକୁ ନେଇ ଖୁସି ମନାଇଛନ୍ତି । ଏଥିସହ…
Read More...

ଧର୍ମେନ୍ଦ୍ରଙ୍କ ସହ ବଲିଉଡ ସିନେମାରେ ଅଭିନୟ କରିବେ ଅମିତାଭ ବଚନଙ୍କ ନାତି । ଜାଣନ୍ତୁ କେବେ ହେଉଛି ରିଲିଜ

କନକ ବ୍ୟୁରୋ : ବଲିଉଡର ବିଗ୍ ବି ଅମିତାଭ ବଚ୍ଚନଙ୍କ କ୍ରେଜ ଆଜି ବି ଜାରି ରହିଛି । କୋଟି କୋଟି ସିନେପ୍ରେମୀଙ୍କ ହୃଦୟରେ ଏବେ ବି ଅମିତାଭଙ୍କ ପାଇଁ ସମର୍ଥନ ରହିଛି । ହେଲେ ଏବେ ଖବର ଆସିଛି କି ଅମିତାଭ ବଚନଙ୍କ ପରେ ତାଙ୍କ ପୁଅ ଅଭିଷେକ ବଚନ ଓ ଏବେ ତାଙ୍କ ନାତି ଅଗସ୍ତ୍ୟ ନନ୍ଦା ବଲିଉଡରେ…
Read More...

ପଦ୍ମପୁରରେ ବିଜେଡି ବିଜୟର କାରଣ କ’ଣ ? ରଣନୀତିରେ ପରିବର୍ତ୍ତନ ନା ଜିଲ୍ଲା ଗଠନ ପ୍ରତିଶ୍ରୃତି ?

କନକ ବ୍ୟୁରୋ: ପଦ୍ମପୁରରେ ବର୍ଷା ସିଂ ବରିହା ବିଜୟୀ ହେବା ପରେ, ବିଜେଡି କାହିଁକି ଜିତିଲା ସେ ନେଇ ଆରମ୍ଭ ହୋଇଛି ହିସାବ କିତାବ । ବିଜେଡି ବିଜୟ ପଛରେ ଦଳର ସ୍ୱତନ୍ତ୍ର ରଣନୀତି, ତୃଣମୂଳ ସ୍ତରରେ ଦଳର ସଂଗଠନ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ରହିଛି ବୋଲି ଶାସକ ଦଳ ପକ୍ଷରୁ କୁହାଯାଉଛି ।…
Read More...

କେନ୍ଦ୍ରମନ୍ତ୍ରୀଙ୍କ ଆକ୍ଷେପର ଜବାବ ଦେଲେ ନବୀନ। କହିଲେ, ‘ଦୁର୍ଭାଗ୍ୟଜନକ, ଏହା ଠିକ୍ ନୁହେଁ’

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀମାନେ ଓଡିଶାବାସୀ ଏବଂ ପଦମପୁରବାସୀଙ୍କୁ  ଭୂଆଁବଲାଇଛନ୍ତି । କିଛି ଏଭଳି କହି କେନ୍ଦ୍ରମନ୍ତ୍ରୀଙ୍କ ବିଭିନ୍ନ ଆକ୍ଷେପର ଜବାବ ରଖିଛନ୍ତି ନବୀନ । ଉପନିର୍ବାଚନ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀମାନେ ରାଜ୍ୟସରକାରଙ୍କ ଉପରେ ବର୍ଷିଥିଲେ । ଆବାସ ଯୋଜନାଠାରୁ ନେଇ…
Read More...

ବିଜେଡିର ରଣନୀତି ଆଗରେ କାହିଁକି ଫେଲ୍ ମାରିଲା ବିଜେପି ? ଫଳାଫଳ ଆସିବା ପରେ ଆରମ୍ଭ ହେଲା ପରାଜୟର ହିସାବ-କିତାବ । 

କନକ ବ୍ୟୁରୋ: ପଦ୍ମପୁରରେ ବିଜେଡିର ବିଜୟ ପରେ, ବିଜେପି ଏବେ କାହିଁକି ହାରିଲା ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ବଡ ବଡ ରାଲି, କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର, ଧାମନଗର ବିଜୟ ପରେ ଦୃଢ଼ ମନୋବଳ ସତ୍ତେ୍ୱ ବିଜେପି କାହିଁକି ହାରିଲା ତାହା ଆଲୋଚନାର ବିଷୟ ହୋଇଛି । ଗୋଟିଏ କଥା କିନ୍ତୁ ସ୍ପଷ୍ଟ…
Read More...

ଧାମନଗର ପରାଜୟର ପ୍ରତିଶୋଧ, ପଦ୍ମପୁରରେ ନେଲା ବିଜେଡ଼ି । ବିପୁଳ ଭୋଟରେ ବିଜୟୀ ହେଲେ ବର୍ଷା ସିଂ ବରିହା 

କନକ ବ୍ୟୁରୋ: ପଦ୍ମପୁର ଉପ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । କେବଳ ବିଜୟୀ ହୋଇନାହାଁନ୍ତି ସବୁ ଆକଳନକୁ ଭୁଲ ପ୍ରମାଣିତ କରି ରେକର୍ଡ ବ୍ୟବଧାନରେ ଜିତିଛନ୍ତି ବିଜେଡି ପ୍ରାର୍ଥୀ । ବିଜେପିର ଭୋଟ ପରିମାଣ କମ୍ ହୋଇନଥିଲେ ବି ବିଜେଡିର ଭୋଟ…
Read More...

କାହିଁକି ପ୍ରଚାର ପାଇଁ ପଦ୍ମପୁର ଗଲେ ନବୀନ? କାହିଁକି ବର୍ଷାଙ୍କ ପାଇଁ କଲେ କ୍ୟାମ୍ପେନ୍? ସବୁ ପ୍ରଶ୍ନର ଉତ୍ତର ରଖିଲେ…

କନକ ବ୍ୟୁରୋ: ପଦ୍ମପୁରରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ବଡ ବିଜୟ ପରେ ବିରୋଧୀଙ୍କୁ ସିଧା ନିଶାନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସିଧା ସିଧା ରାଜ୍ୟ ବିଜେପିର ନେତୃମଣ୍ଡଳୀ ଉପରେ ବର୍ଷିବା ସହିତ ବିରୋଧୀ ଶିବିରକୁ ତୀର ମାରିଛନ୍ତି ନବୀନ । ଏଥିସହିତ ନବୀନ…
Read More...

ବିରୋଧୀଙ୍କୁ ନବୀନଙ୍କ ଜବାବ। କହିଲେ, ‘ରାଜନୀତି ବାହାନାରେ ମହିଳାଙ୍କୁ ଅସମ୍ମାନ ଓଡିଶାବାସୀ ସହିବେ ନାହିଁ’

କନକ ବ୍ୟୁରୋ: ଉପନିର୍ବାଚନରେ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ଦଳୀୟ ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ପ୍ରତି ଅସମ୍ମାନ ପ୍ରସଙ୍ଗରେ ନବୀନ ନିଜର ପ୍ରତିକ୍ରିୟା ରଖିଛନ୍ତି । ନବୀନ କହିଛନ୍ତି, ମୁଁ ବିଜେପିର ନେତୃମଣ୍ଡଳୀଙ୍କୁ ନମ୍ରତାର ସହ…
Read More...

ଟିମ୍ ଇଣ୍ଡିଆରେ ବଢିଛି ଆହତ ଖେଳାଳୀଙ୍କ ସଂଖ୍ୟା । ଦଳରୁ ବାଦ ପଡିଛନ୍ତି ରୋହିତ ଓ ଦୀପକ ଚହର

କନକ ବ୍ୟୁରୋ : ବଡ ଟୁର୍ଣ୍ଣାମେଣ୍ଟରେ ବିଫଳତା ପରେ ଟିମ୍ ଇଣ୍ଡିଆକୁ ଘାରିଛି ଆହତ ଖେଳାଳୀଙ୍କ ସମସ୍ୟା । ଭାରତୟୀ କ୍ରିକେଟ ଦଳରେ ବଢିବାରେ ଲାଗିଛି ଆହତ ଖେଳାଳୀଙ୍କ ସଂଖ୍ୟା । ଭାରତୟୀ ଦଳ ଚଳିତ ବର୍ଷ ଏସିଆ କପ୍, ଟି-୨୦ ବିଶ୍ୱକପ ଭଳି ବଡ ବଡ ଟୁର୍ଣ୍ଣାମେଂଟ ଖେଳିଥିବା ବେଳେ ବର୍ଷ ତମାମ ଦଳରେ…
Read More...

କିଛି ସମୟ ପରେ ଦକ୍ଷିଣ ଭାରତରେ ସ୍ଥଳଭାଗ ଛୁଇଁବ ବାତ୍ୟା ମାଣ୍ଡୁସ। ଉପକୂଳବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ।

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମାଣ୍ଡୁସ ମଧ୍ୟରାତ୍ରୀରେ ଆନ୍ଧ୍ରପ୍ରଦେଶ ଓ ପୁଡୁଚେରୀ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଏହାକୁ ନଜରରେ ରଖି ତାମିଲନାଡୁର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଜାରିରହିଛି । ଆଇଏମଡିର ସୂଚନା ଅନୁସାରେ ଗୁରୁବାର ମଧ୍ୟରାତ୍ରୀରେ ଏହା ଉତ୍ତର…
Read More...