ଆଖି ଅପରେସନର ସାଙ୍ଘାତିକ ଚିତ୍ର ! ଟର୍ଚ୍ଚ ଆଲୁଅରେ ହେଲା ୩୨ ଜଣଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର

23

କନକ ବ୍ୟୁରୋ : ଟର୍ଚ୍ଚ ଆଲୁଅରେ ଚାଲିଛି ଆଖି ଅପରେସନ୍ । ଜଣେ କି ଦୁଇଜଣ ନୁହେଁ, ୩୨ ଜଣ ରୋଗୀଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଗଲା ବିନା ବିଜୁଳି ଆଲୁଅରେ । ହସ୍ପିଟାଲରେ ବିଜୁଳି ନଥିବାବେଳେ ଜେନେରେଟର କିମ୍ବା ବ୍ୟାଟେରୀ ଭଳି କୌଣସି ବ୍ୟାକଅପ ବ୍ୟବସ୍ତା ନଥିବାରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି । ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶ ଉନାଓ ଜିଲ୍ଲା ନବାବଜଙ୍ଗ କମ୍ୟୁନିଟି ହେଲଥ ସେଂଟରର ।

ଟର୍ଚ୍ଚ ଆଲୁଅରେ ଅପରେସନ ଭଳି ସାଙ୍ଘାତିକ ଖବର ସାମ୍ନାକୁ ଆସିବା ପରେ ସ୍ଥାନୀୟ ଜିଲ୍ଲାପାଳ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୋଗରେ ସତ୍ୟାସତ୍ୟ ଥିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ସେପଟେ ଏକକାଳୀନ ଏତେ ମୋତିଆ ବିନ୍ଦୁ ଅପରେସନ ପରେ ମଧ୍ୟ ରୋଗୀଙ୍କୁ ଆବଶ୍ୟକୀୟ ବେଡ ମିଳିନଥିବା ଅଭିଯୋଗ ହୋଇଛି । ପ୍ରବଳ ଶୀତରେ ରୋଗୀମାନଙ୍କୁ ତଳେ ଶୋଇବାକୁ ଦିଆଯାଇଥିବାରୁ ଅସନ୍ତୋଷ ଦେଖାଦେଇଛି ।