ପପୁଙ୍କ ବିରୋଧରେ ଯୌନ ନିର୍ଯାତନା ନେଇ ଚାଇଲ୍ଡ ୱେଲଫେୟାର କମିଟିରେ ବୟାନ ଦେଲେ ନାବାଳିକା

0

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବଢିଲା ହାସ୍ୟ ଅଭିନେତା ପପୁ ପମପମଙ୍କ ପାଇଁ ଅଡୁଆ । କାଷ୍ଟିଂ କାଉଚ୍ ମାମଲା ନେଇ ପପୁଙ୍କ ବିରୋଧରେ ଚାଇଲ୍ଡ ୱେଲଫେୟାର କମିଟିରେ ବୟାନ ଦେଲେ ଜଣେ ନାବାଳିକା । ବୟାନରେ ନାବାଳିକା ଜଣକ ପପୁଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଫିଲ୍ମରେ ଅଭିନୟ କରିବାକୁ ସୁଯୋଗ ଦେବାର ଲୋଭ ଦେଖାଇ କାର୍ ଭିତରେ ପପୁ ତାଙ୍କୁ ଅସଦାଚରଣ କରିଥିବା ନେଇ ନାବାଳିକା ଜଣକ ନିଜ ବୟାନରେ କହିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବୟାନ ରେକର୍ଡ ପରେ ସିଡବ୍ଲୁସି କହିଛି, ଅଭିଯୋଗରେ ସତ୍ୟତା ଥିବା ନେଇ ପ୍ରମାଣ ମିଳିଛି । ଏଥିସହ ମହିଳା ଥାନାରେ ମାମଲା ରୁଜୁ ପାଇଁ ସିଡବ୍ଲୁସି ନିର୍ଦେଶ ଦେଇଛି । ନାବାଳିକାର ସୁରକ୍ଷା ପାଇଁ ଡିସିପିଙ୍କୁ ମଧ୍ୟ ଚିଠି ଲେଖିଛି ଚାଇଲ୍ଡ ୱେଲଫେୟାର କମିଟି ।

Comments are closed.