ଅଭିନେତ୍ରୀ ଶର୍ମିଷ୍ଠା କାଷ୍ଟିଂ କାଉଚ୍ ମାମଲା : ପ୍ରଯୋଜକ ବିନି ସାମଲଙ୍କ ନାଁରେ ମାନହାନି ମକଦ୍ଦମା

34

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପ୍ରଯୋଜିକା ବିନ୍ନି ସାମଲଙ୍କ ନାଁରେ ୫କୋଟି ଟଙ୍କାର ମାନହାନୀ ମାମଲା। ପୂର୍ବରୁ ବିନି ଓ ଅନ୍ୟ ୫ଜଣଙ୍କ ନାଁରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଥିବା ଅଭିନେତ୍ରୀ ଶର୍ମିଷ୍ଠା ପୁଣି ଥରେ ଆଣିଛନ୍ତି ଏମିତି ଅଭିଯୋଗ । ଏ ନେଇ ସେ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ମାମଲା ଦାୟର କରିଛନ୍ତି। ତାଙ୍କ ଚରିତ୍ରକୁ ନେଇ ବିନ୍ନି ଆପତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ସେ ଏକ କ୍ରିମିନାଲ କେସ ମଧ୍ୟ ଦେଇଛନ୍ତି । କନକ ନ୍ୟୁଜର ମହାବିତର୍କ କାର୍ଯ୍ୟକ୍ରମରେ ବିନ୍ନି ତାଙ୍କ ଚରିତ୍ର ସଂହାର କରିଥିବା ଅଭିଯୋଗ କରିଛନ୍ତି ଶର୍ମିଷ୍ଠା । ଯାହା ଫଳରେ ସେ ସାମାଜିକ ସ୍ତରରେ ବଦନାମ ହେବା ସହ ସବୁ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଶର୍ମିଷ୍ଠା କହିଛନ୍ତି।

ତେବେ କଣ ହୋଇଥିଲା କନକ ନ୍ୟୁଜର ମହାବିତର୍କରେ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ :