ଯଲିଉଡରେ କାଷ୍ଟି କାଉଚ୍ ! ଇନ୍ଦ୍ର ଭୁବନ ଯାତ୍ରାପାର୍ଟି ମ୍ୟାନେଜରଙ୍କ ବିରୋଧରେ ଅଭିଯୋଗ

36

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଓଲିଉଡ୍ ପରେ ଜଲିଉଡରେ କାଷ୍ଟିଂ କାଉଚ୍ । ସାମ୍ନାକୁ ଆସିଛି ଯାତ୍ରା ଜଗତରେ କାଷ୍ଟିଂ କାଉଚ୍ର କଳଙ୍କ । ଯାତ୍ରା ପାର୍ଟି ଇନ୍ଦ୍ରଭୂବନ ବିରୋଧରେ ଅଭିଯୋଗ ଆଣିଛନ୍ତି ଜଣେ ଅଭିନେତ୍ରୀ । ଯାତ୍ରା ପାର୍ଟିର ମ୍ୟାନେଜର ମନୋଜ ନାୟରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ଜଣକ । ଏନେଇ କଟକ ସଦର ଥାନାରେ ଅଭିନେତ୍ରୀ ଜଣକ ଲିଖିତ ଅଭିଯୋଗ କରିଛନ୍ତି । ଯାତ୍ରାରେ ଅଭିନୟର ସୁଯୋଗ ଦେବାର ଲୋଭ ଦେଖାଇ ମ୍ୟାନେଜର ତାଂକୁ କଂପ୍ରୋମାଇଜ୍ କରିବାକୁ କହିଥିବା ଅଭିନେତ୍ରୀ ଅଭିଯୋଗ କରିଛନ୍ତି।