ଓଲିଉଡ୍ ପରେ ଯଲିଉଡରେ କାଷ୍ଟିଂ କାଉଚ୍ ଅଭିଯୋଗ

17

କଟକ : ଓଲିଉଡ୍ ପରେ ଜଲିଉଡରେ କାଷ୍ଟିଂ କାଉଚ୍ ଅଭିଯୋଗ । ସାମ୍ନାକୁ ଆସିଛି ଯାତ୍ରା ଜଗତରେ କାଷ୍ଟିଂ କାଉଚ କଳଙ୍କ । ଯାତ୍ରା ପାର୍ଟି ଇନ୍ଦ୍ରଭୂବନ ବିରୋଧରେ ଅଭିଯୋଗ ଆଣିଛନ୍ତି ଜଣେ ଅଭିନେତ୍ରୀ । ଯାତ୍ରା ପାର୍ଟିର ମ୍ୟାନେଜର ମନୋଜ ନାୟକଙ୍କ ନାଁରେ ଅଭିଯୋଗ କରିଛନ୍ତି ଅଭିନେତ୍ରୀ ଜଣକ । ଏନେଇ କଟକ ବାଲିକୁଦା ସଦର ଥାନାରେ ଅଭିନେତ୍ରୀ ଜଣକ ଲିଖିତ ଅଭିଯୋଗ କରିଛନ୍ତି । ଯାତ୍ରାରେ ଅଭିନୟର ସୁଯୋଗ ଦେବାର ଲୋଭ ଦେଖାଇ ମ୍ୟାନେଜର ତାଂକୁ କଂପ୍ରୋମାଇଜ୍ କରିବାକୁ କହିଥିବା ଅଭିନେତ୍ରୀ ଅଭିଯୋଗ କରିଛନ୍ତି । ସେକେଣ୍ଡ ଲିଡ୍ ରୋଲ ଦେବାର ଲୋଭ ଦେଖାଇଥିଲେ ଯାତ୍ରା ପାର୍ଟି ମ୍ୟାନେଜର । ଏପରିକି ବାରମ୍ବାର ଅଭିନେତ୍ରୀଙ୍କ ସହ ଅସଦାଚରଣ କରିଥିଲେ ଓ ସାଙ୍ଗହୋଇ ବାହାରକୁ ବୁଲି ଗଲେ, ଶଯ୍ୟାସଂଗୀନି ହେଲେ ଶୀର୍ଷ ରୋଲ ଦେବାକୁ କହିଥିଲେ । ଏଥିରେ ରାଜି ନହେବାରୁ ଅଭିନେତ୍ରୀଙ୍କୁ ଆଉ କୌଣସି ରୋଲ ମିଳିନଥିଲା । ଏନେଇ ପଚାରିବାରୁ ହତ୍ୟା ଧମକ ବି ଦିଆଯାଇଥିବା ଅଭିଯୋଗ କରିଛନ୍ତି ଅଭିନେତ୍ରୀ।