ଯଲିଉଡରେ କାଷ୍ଟିଂ କାଉଚ୍ : ଅଭିଯୋଗ ଆସିବା ପରେ ଅଟକ ରହିଲେ ଯାତ୍ରା ପାର୍ଟିର ମ୍ୟାନେଜର

41

କନକ ବ୍ୟୁରୋ : କାଷ୍ଟିଂ କାଉଚ୍ । କଳା ଜଗତରେ କଳଙ୍କ । ଓଲିଉଡର ଏ ବ୍ୟାଧି ଏବେ ଯଲିଉଡ୍ ମୁହାଁ । ଚର୍ଚ୍ଚିତ କମେଡିଆନ୍ ପପୁ ପମପମ୍ ଗିରଫ ହେବା ପରେ କାଷ୍ଟିଂ କାଉଚର ଚର୍ଚ୍ଚା ଘରେ ଘରେ । ଏହାପରେ ଜଣେ ସିରିଏଲ୍ ଅଭିନେତ୍ରୀଙ୍କ ଅଭିଯୋଗ କଳାଜଗତକୁ ଚମକାଇ ଦେଇଥିଲା । ଏ ବଦନାମୀର ଚର୍ଚ୍ଚା ଥମି ନଥିବା ବେଳେ ଯଲିଉଡରୁ ଆସିଛି ପୁଣି ଏକ ଅଭିଯୋଗ । ଥାନାରେ ଫେରାଦ୍ ହୋଇଛନ୍ତି ଇନ୍ଦ୍ରଭୂବନ ଯାତ୍ରା ପାର୍ଟିର ପାଶ୍ୱର୍ ଅଭିନେତ୍ରୀ । ସେ କହିଛନ୍ତି ପାର୍ଟିର ମ୍ୟାନେଜର ତାଙ୍କୁ ହିରୋଇନ୍ କରି ଦେବାର ଲୋଭ ଦେଖାଇ ଶାରୀରିକ ସଂପର୍କ ସ୍ଥାପନ ପାଇଁ ଅଫର୍ ଦେଇଥିଲେ । ଆଉ ଏନେଇ ସେ ଲିଖିତ ଏତଲା ସହ ଥାନାରେ ଫେରାଦ୍ ହୋଇଛନ୍ତି ।

ସେପଟେ ସାଇଡ୍ ହିରୋଇନଙ୍କ ଅଭିଯୋଗ ପଛରେ ଷଡଯନ୍ତ୍ର ରହିଛି ବୋଲି ପାଲଟା ଅଭିଯୋଗ କରିଛନ୍ତି ଯାତ୍ରା ଜଗତର କଳାକାର । ଥାନାରେ ଅଟକ ଥିବା ମ୍ୟାନେଜରଙ୍କ ସପକ୍ଷରେ ଆସିଛନ୍ତି କଳାକାର । ଏହାସହ କଟକ ବାଲିକୁଦା ସଦର ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସେପଟେ ଯାତ୍ରା ଜଗତରୁ ଏଭଳି ବଦନାମୀ ଖବର ଆସିବା ପରେ ଯଲିଉଡର ଅନେକ ବରିଷ୍ଠ ଓ ଲୋକପ୍ରିୟ କଳାକାର ନିଜ ପ୍ରତିକ୍ରିୟା ରଖିଛନ୍ତି । ଅପେକ୍ଷା ଏବେ ପୁଲିସର ତଦନ୍ତ ରିପୋର୍ଟକୁ । କାରଣ ତଦନ୍ତ ପରେ ଜଣା ପଡିବ କ୍ୟାରିୟର ପାଇଁ କାଷ୍ଟିଂ କାଉଚ୍ ଏକ ବାହାନା ନା ପ୍ରକୃତରେ କଳା ଜଗତର ପରଦା ପଛରେ ଲାଗିଛି କଳଙ୍କର ଦାଗ ।

ନ୍ୟୁଜ୍ ସହ ଦେଖନ୍ତୁ ଏହି ଭିଡିଓ –