କାଷ୍ଟିଂ କାଉଚ ମାମଲାରେ ପପୁଙ୍କ ଜାମିନ ଆବେଦନ ଶୁଣାଣି ଶେଷ : ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

72

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନାବାଳିକାଙ୍କୁ କାଷ୍ଟିଂ କାଉଚ ମାମଲାରେ ହାଇକୋର୍ଟରେ ପପୁ ପମପମଙ୍କ ଜାମିନ ଆବେଦନ ଶୁଣାଣି ଶେଷ ହୋଇଛି । କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ପୂର୍ବରୁ ଗତ ୧୧ ତାରିଖରେ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟ । ଗତମାସ ୩୦ ତାରିଖରେ ନାବାଳିକାଙ୍କୁ କାଷ୍ଟିଂ କାଉଚ୍ ଅଭିଯୋଗରେ ହାସ୍ୟ ଅଭିନେତା ପପୁ ପମ ପମଙ୍କୁ ଗିରଫ କରିଥିଲା କମିଶନରେଟ୍ ପୁଲିସ।

ପପୁôଙ୍କ ବିରୋଧରେ ଲାଗିଛି ଭାରତୀୟ ପିଙ୍ଗଳ କୋଡର ଦଫା ୩୫୪(ଏ) । ଅର୍ଥାତ୍ ମହିଳାଙ୍କୁ ଅସଦାଚରଣ ବା ଅଶ୍ଲିଳ ବ୍ୟବହାର କରିବା । ଦଫା ୫୦୬, ଅର୍ଥାତ୍ ହତ୍ୟା ଧମକ ଦେବା ବା ଜୀବନରୁ ମାରିଦେବା ଉଦେଶ୍ୟରେ କାର୍ଯ୍ୟ କରିବା । ଦଫା ୫୦୯ ଅର୍ଥାତ୍ ଖରାପ ଭାଷାରେ ଗାଳି ଗୁଲଜ କରିବା । ଦଫା ୩୪ ଅର୍ଥାତ୍ ଏକାଧିକ ଲୋକ ମନ୍ଦ ଉଦେଶ୍ୟ ନେଇ କୌଣସି କାମ କରିବା ଏବଂ ଶିଶୁ ଯୌନ ନିର୍ଯାତନା ନିରୋଧ ଆଇନ୍ ୨୦୧୨ର ଦଫା ୮ ଓ ୧୨ ଲାଗିଛି ।

ପପୁଙ୍କ ବିରେଧରେ ଆସିଥିବା ମାମଲାରେ ପୀଡିତାଙ୍କ ବାପା କଂପ୍ରୋମାଇଜ ପିଟିସନ ଦାଖଲ କରିବାରୁ ତଳ କୋର୍ଟରେ ଏହା ପପୁଙ୍କ ବିରୋଧରେ ଗଲା ବୋଲି ବିଚାର କରାଯାଉଛି । ତେଣୁ ହାଇକୋର୍ଟରୁ କିଭଳି ପପୁ ସହଜରେ ଜାମିନ ପାଇବେ ସେଥିଲାଗି କିଛି ବରିଷ୍ଠ ଓକିଲଙ୍କ ପରାମର୍ଶ ନେଉଥିବା ଜଣାପଡିଛି।