ଘରେ ଭୁଲି ଆସିଛନ୍ତି କି ଏଟିଏମ କାର୍ଡ? ତେବେ ବ୍ୟସ୍ତ ହୁଅନ୍ତୁନି, ବିନା କାର୍ଡରେ ବି ଏଟିଏମରୁ ଉଠାଇପାରିବେ ଟଙ୍କା, ଜାଣନ୍ତୁ ପୂରା ପ୍ରକ୍ରିୟା

35

ସାଧାରଣତଃ ବ୍ୟାଙ୍କ ଖାତାରେ ଦରମା ଆସିଛି କି ନାହିଁ ଜାଣିବା ପାଇଁ ହେଉ କିମ୍ବା ଏଟିଏମ ମେସିନରୁ କିଛି ଟଙ୍କା ଉଠାଇବାକୁ ହେଉ . . ଏହି ଦୁଇଟି କାମ ପାଇଁ ଆପଣଙ୍କୁ ଏଣିକି ଏଟିଏମ କାର୍ଡର ଆବଶ୍ୟକତା ପଡିନପାରେ । କାରଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏଟିଏମ ମେସିନରୁ ଆପଣ ବିନା ଏଟିଏମ କାର୍ଡ ସହାୟତାରେ ବି ଟଙ୍କା ଉଠାଇ ପାରିବେ । ତେବେ ଜାଣନ୍ତୁ ପୁରା ପ୍ରକ୍ରିୟା ।

• ଏହି ବିଶେଷ ସୁବିଧାର ଲାଭ ଉଠାଇବା ପାଇଁ ଆପଣଙ୍କୁ ପ୍ରଥମେ ବ୍ୟାଙ୍କକୁ ଯାଇ ରେଜିଷ୍ଟେସନ କରିବାକୁ ପଡିବ । ତେବେ ବ୍ୟାଙ୍କକୁ ଯିବା ବ୍ୟତୀତ ଆପଣ ବ୍ୟାଙ୍କର କଷ୍ଟମର ସର୍ଭିସ ସେଂଟରକୁ ମଧ୍ୟ କଲ କରିପାରିବେ ।

• ରେଜିଷ୍ଟେସନ କରିବା ପରେ ଆପଣଙ୍କୁ ବ୍ୟାଙ୍କ ତରଫରୁ ଏକ ମୋବାଇଲ ପର୍ସନାଲ ଆଇଡିଟିଫିକେସନ ନମ୍ବର ମିଳିବ । ତେବେ ଏହି ନମ୍ବରଟି ଏଟିଏମ ପିନ ନମ୍ବର ଭଳି କାମ କରିଥାଏ ।

• ରେଜିଷ୍ଟେସନ ପରେ ଆପଣଙ୍କୁ ଏଟିଏମ କାର୍ଡ ଭଳି ହିଁ ସମସ୍ତ ସୁବିଧା ଏହି ଏମପିନରୁ ମିଳିବ । ମାତ୍ର ଏହି ସବୁଧା ଜରିଆରେ ଆପଣ ଗୋଟିଏ ଦିନରେ ନିର୍ଦ୍ଧାରିତ ସୀମାରେ ତଥା ୫୦୦୦ ଟଙ୍କା ପ୍ରତିଦିନ ହିଁ ଉଠାଇ ପାରିବେ ।

କିପରି କରିବେ ବ୍ୟବହାର

• ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ଏହି ବିଶେଷ ସୁବିଧାର ଲାଭ ଉଠାଇବା ପାଇଁ ଆପଣଙ୍କୁ ଆପଣଙ୍କର ମୋବାଇଲରେ ବ୍ୟାଙ୍କ ସହ ଜଡିତ ଏକ ଆପ୍ଲିକେସନ ଡାଉନଲୋଡ କରିବାରୁ ପଡିବ ।

• ମୋବାଇଲରେ ଆପ୍ଲିକେସନ ଖୋଲିବା ପରେ ଏମପିନ୍ କାର୍ଡଲେସ ୱିଥଡ୍ରାଲ୍ ବଟନରେ କ୍ଲିକ୍ କରିବାକୁ ପଡିବ । ତେବେ କ୍ଲିକ୍ କରିବା କ୍ଷଣି ହିଁ ଆପଣଙ୍କୁ ମୋବାଇଲରେ ଏକ ଅସ୍ଥାୟୀ ପାସୱାର୍ଡ ମିଳିବ, ଯାହାର ସହାୟତାରେ ଆପଣଙ୍କୁ ନିଜର ସ୍ଥାୟୀ ପାସୱାର୍ଡ ତିଆରି କରିବାକୁ ପଡିବ ।

• ଏହି ପ୍ରକ୍ରିୟା ଶେଷ ହେବା ପରେ ଆପଣଙ୍କୁ ଏଟିଏମ ମେସିନ ନିକଟକୁ ଯିବାକୁ ପଡିବ ଏବଂ ସେଠାରେ ଯାଇ କ୍ୟାସ୍ ଅନ ମୋବାଇଲ ବିକଳ୍ପକୁ ଚୟନ କରିବାକୁ ପଡିବ ।

• ଏହାପରେ ଆପଣ ଯେତେ ଟଙ୍କା ଉଠାଇବାକୁ ଚାହୁଁଛନ୍ତି ତାହା ସେଠାରେ ଦାଖଲ କରିବାକୁ ପଡିବ ।

• ଏପରି କରିବା ପରେ ସେଠାରେ ଏକ ଫର୍ମ ଖୋଲିବ, ଯେଉଁଥିରେ ଆପଣଙ୍କୁ ନିଜର ମୋବାଇଲ ନମ୍ବର, ଆମାଉଂଟ, ନିଜର ଅସ୍ଥାୟୀ ଏବଂ ସ୍ଥାୟୀ ପାସୱାର୍ଡ ଦାଖଲ କରିବାକୁ ପଡିବ ।

• ତେବେ ଆପଣ ଦାଖଲ କରିଥିବା ସମସ୍ତ ସୂଚନା ସେଠାରେ ମ୍ୟାଚ ହେବା ପରେ ଆପଣ ଯେତିକି ଟଙ୍କା ଉଠାଇବାକୁ ଚାହୁିଥିବେ ତାହା ଆପଣଙ୍କୁ ମିଳିଯିବ । ଏଠାରେ ଆମେ କହି ରଖୁଛୁ କି, ଏହି ସୁବିଧା ବର୍ତ୍ତମାନ ଅଳ୍ପ କେତେକ ବ୍ୟାଙ୍କରେ ଉପଲବ୍ଧ ।