ମୋଦି ସରକାରଙ୍କ ନିର୍ଦ୍ଦେଶ ହେଲେ ପାଖରେ ରଖିପାରିବେ ୧ କୋଟି ଟଙ୍କା ! କ’ଣ ରହିଛି ସମ୍ପୁର୍ଣ୍ଣ ଖବର ଜାଣନ୍ତୁ ।

36

କଳାଧନ ଉପରେ ଲଗାମ ଲଗାଇବା ପାଇଁ ଏକ ବିଶେଷ ଜାଞ୍ଚ୍ ଦଳ(ଏସଆଇଟି)ପାଖରେ ୧ କୋଟି ଟଙ୍କା ନଗଦ ରଖିବା ପାଇଁ ସରକାରଙ୍କୁ ପରାମର୍ଶ ମାଗିଛନ୍ତି । ଏହି ସମ୍ବନ୍ଧରେ ଟିମ୍ କେନ୍ଦ୍ର ସରକାରକୁ ସିଫାରିସ୍ ପଠାଇଛନ୍ତି । ଏହା ପୂର୍ବରୁ ଟିମ୍ ୧୫ ବା ୨୦ ଲକ୍ଷ ଟଙ୍କା ପାଖରେ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଏସଆଇଟିର ତଦାରଖ କରୁଥିବା ଜଷ୍ଟିସ୍ (ରିଟାୟର୍ଡ) ଏମବି ଶାହ କହିଛନ୍ତି ଯେ,ଯଦି ତଦାରଖ ସମୟରେ ୧ କୋଟିରୁ ଅଧିକ ଟଙ୍କା ହାତକୁ ଲାଗେ ତେବେ ଏହି ଟଙ୍କା ସରକାରୀ ସଂପଦରେ ପଇଠ କରାଯିବ ।

ତଦାରଖ ବେଳେ ହାତକୁ ଲାଗିଥିବା ବଡ ରାଶିକୁ ନେଇ ଯେଉଁ ନିୟମ ରହିଛି ଏହା ମୁତାବକ ଅଭିଯୁକ୍ତକୁ ଟଙ୍କା ନେବାକୁ ହେଲେ ଲହାର ୪୦ ପ୍ରତିଶତ ଆୟକର ଦେବାକୁ ପଡିବ । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ କିଛିଦିନ ପୂର୍ବରୁ ଆୟକର ବିଭାଗ ଉଚ୍ଚ ସ୍ତରର ଏକ ଚଢାଉ କରିଥିଲେ । ଯେଉଁଥିରେ ତାମିଲନାଡୁର ଏକ କମ୍ପାନୀରୁ ୨୦ ଟି ବିଭାଗରୁ ଆୟକର ବିଭାଗ ୧୬୦ କୋଟି ଟଙ୍କା ଏବଂ ୧୦୦ କିଲୋ ସୁନା ଜବତ କରିଥିଲେ ।

ଜଷ୍ଟିସ୍ ଶାହଙ୍କ କହିବାନୁସାରେ,୨୦ ଲକ୍ଷ ଟଙ୍କାର ସୀମା ପାଇଁ କମ୍ ହୋଇପାରେ । ତେବେ ଏସଆଇଟିର ଗଠନ ୨୦୧୪ରେ କରାଯାଇଥିଲା । ଏହାର ଗଠନ କେନ୍ଦ୍ର ସରକାର ସୁପ୍ରିମକୋର୍ଟର ଆଦେଶ ପରେ ହିଁ କରିଥିଲେ ।