ସରକାର ଦେଉଛନ୍ତି ବଡ ଅଫର ! ଭୀମ ଆପରେ ୧ ଟଙ୍କା ଟ୍ରାଞ୍ଜାକସନ କରି ପାଆନ୍ତୁ ୫୧ ଟଙ୍କାର କ୍ୟାସବ୍ୟାକ୍

55

ଭୀମ ଆପ ପ୍ରତି ଲୋକଙ୍କୁ ଆକୃଷ୍ଟ କରିବାକୁ ସରକାର ଏକ ନୂଆ ଘୋଷଣା କରିଛନ୍ତି । ଭୀମ ଆପ ବ୍ୟବହାରକାରୀଙ୍କୁ କ୍ୟାସବ୍ୟାକ ଅଫର ଦେବା ପାଇଁ ଘୋଷଣା କରିଛନ୍ତି ସରକାର । ଭୀମ ଆପର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ବଡ ଅଫରର ଘୋଷଣା କରାଯାଇଛି । ଗତବର୍ଷ ଆମ୍ବେଦକରଙ୍କ ଜୟନ୍ତୀରେ ଭୀମ ଆପ ଲଞ୍ଚ କରାଯାଇଥିଲା । ସରକାରଙ୍କ ଘୋଷଣା ଅନୁଯାୟୀ ଉଭୟ ବେପାରୀ ଓ ଗ୍ରାହକ ଏହି କ୍ୟାସବ୍ୟାକ ଅଫରର ଫାଇଦା ଉଠାଇ ପାରିବେ । ଏହି ଅଫର ଅନୁଯାୟୀ ମୋଟ ୧୦୦୦ ଟଙ୍କାର କ୍ୟାସବ୍ୟାକ ଦିଆଯିବ ।

mygovindiaର ଟ୍ୱିଟ ଅନୁଯାୟୀ, ଭୀମ ଆପରେ ପ୍ରଥମ ନେଣଦେଣରେ ଗ୍ରାହକଙ୍କୁ ୫୧ ଟଙ୍କାର କ୍ୟାସବ୍ୟାକ ମିଳିବ । ତେବେ ସର୍ବନିମ୍ବ କେତେ ଟଙ୍କାର ଟ୍ରାଞ୍ଜାକସନ କଲେ ୫୧ ଟଙ୍କା ମିଳିବ ତାହା ସ୍ଥିର କରାଯାଇନାହିଁ । ତେଣୁ ୧ ଟଙ୍କାର ଟ୍ରାଞ୍ଜାକସନ କରି ମଧ୍ୟ ଗ୍ରାହକ ୫୧ ଟଙ୍କା କ୍ୟାସବ୍ୟାକ ପାଇପାରିବେ । ସେହିଭଳି ଗୋଟିଏ ମାସ ମଧ୍ୟରେ ଟଙ୍କା ଭୀମ ଆପରେ ଟଙ୍କା ନେଣଦେଣ କଲେ ୭୫୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ଗ୍ରାହକଙ୍କ ପକେଟକୁ ଆସିବ । ତେବେ ବେପାରୀ ସର୍ବାଧିକ ୧୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ପାଇପାରିବେ । ଭୀମ ବା ଭାରତ ଇଣ୍ଟରଫେସ୍ ଫର୍ ମନି ଆପକୁ ଭାରତ ସରକାରଙ୍କ National Payments Corporation of India ଦ୍ୱାରା ପରିଚାଳିତ କରାଯାଉଛି ।

କିପରି ବ୍ୟବହାର କରିବେ ଭୀମ୍ ଆପ୍ –
ସର୍ବପ୍ରଥମେ ଗୁଗଲ ପ୍ଲେ-ଷ୍ଟୋରରୁ ଭୀମ ଆପ୍ ଡାଉନଲୋଡ଼୍ କରନ୍ତୁ । ଏହାପରେ ନିଜର ବ୍ୟାଙ୍କ ଆକାଉଂଟକୁ ଏହି ଆପରେ ରେଜିଷ୍ଟର କରନ୍ତୁ । ବ୍ୟାଙ୍କ ଖାତା ରେଜିଷ୍ଟର କରିବା ସହ ନିଜର ଏକ ୟୁପିଆଇ ପିନ୍ ସେଟ୍ କରନ୍ତୁ । ୟୁଜରଙ୍କୁ ମୋବଇଲ ନମ୍ବର ହିଁ ପେମେଂଟର ଠିକଣା ହେବ । ରେଜିଷ୍ଟ୍ରେସନ ପୁରା ହୋଇଯିବା ପରେ ଆପଣ ଭୀମ ଆପରୁ ଟ୍ରାନଜାକ୍ସନ ଆରମ୍ଭ କରିପାରିବେ ।
ଏହି ଆପରେ ଆପଣ ସାଙ୍ଗ, ଦୂରରେ ଥିବା ପରିବାର ଲୋକ ଓ ଉପଭୋକ୍ତାଙ୍କୁ ଟଙ୍କା ପଠାଇପାରିବେ । ଭୀମ ଆପ ଟ୍ରାନଜାକ୍ସନ ରେଜିଷ୍ଟର ମୋବାଇଲ ନମ୍ବର ଅର୍ଥ ପେମେଣ୍ଟ ଆଡ଼୍ରେସ ଉପରେ ଟଙ୍କା ପଠାଯାଇପାରିବ । ଆପଣ ବିନା ୟୁପିଆଇ ସୁବିଧା ଉପଲବ୍ଧ ଥିବା ବ୍ୟାଙ୍କକୁ ମଧ୍ୟ ଟଙ୍କା ନେଣଦେଣ କରିପାରିବେ । ଏଥିପାଇଁ ଆପଣଙ୍କୁ ଏମଏଆଇଡ଼ି ଓ ଆଇଏଫଏସସି ସୁବିଧାର ସ।ହଯ୍ୟ ନେବାକୁ ପଡ଼ିବ । ଆପଣ କୌଣସି ଅନ୍ୟ ରେଜିଷ୍ଟର ମୋବାଇଲ ନମ୍ବର କିମ୍ବା ୟୁଜରଙ୍କ ଠାରୁ ଟଙ୍କା ପାଇବା ପାଇଁ ରିକ୍ୱେଷ୍ଟ ପଠାଇପାରିବେ । ଭୀମ ଆପ ସହ ବ୍ୟାଙ୍କ ଖାତାର ଲିଙ୍କ କରି କିଣାକିଣି କିମ୍ବା ନେଣଦେଣ କରିବପାରିବେ । ଏବଂ ସାଧାସଧା ନିଜ ଖାତାକୁ ଟଙ୍କା ଟ୍ରାନ୍ସଫର କରିପାରିବେ ।