ହୁସିଆର୍ ! କ୍ୟାନସର ସୃଷ୍ଟି କରାଉଛି ଜନସନ ବେବି ପାଉଡର । ବର୍ଷକ ମଧ୍ୟରେ କଂପାନୀ ବିରୋଧରେ ଆସିଲାଣି ୬ହଜାରରୁ ଅଧିକ ଅଭିଯୋଗ । କାଳେ ଆପଣଙ୍କ ଶିଶୁ ହୋଇନି ତ ଏହାର ଶିକାର

110

ସମଗ୍ର ବିଶ୍ୱରେ ତଥା ବେବି କେୟାର ମାର୍କେଟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଜନସନ ଆଣ୍ଡ ଜନସନ ବେବି କଂପାନୀ । ଯାହାର ପ୍ରଡକ୍ଟକୁ ନା ହିଁ କେବଳ କୋମଳମତି ଶିଶୁଙ୍କଠାରେ ବ୍ୟବହାର କରାଯାଉଛି ବରଂ ବଡ ଲୋକମାନେ ମଧ୍ୟ ବ୍ୟବହାର କରୁଛନ୍ତି । ହେଲେ ବର୍ଷ ବର୍ଷ ଧରି ବିଶ୍ୱ ବଜାରରେ ନାମ ଅର୍ଜନ କରିଥିବା ଏହି ପ୍ରଭାବଶୀଳୀ କଂପାନୀ ତଥା ଜନସନ ଆଣ୍ଡ ଜନସନ ବେବି କଂପାନୀ ନାଁରେ ବି ରହିଛି ସାଂଘାତିକ ଅଭିଯୋଗ ।

ମିଳିଥିବା ସୂଚନା ଅନୁସାରେ, ନିକଟରେ ଏକ ନିମ୍ନ ଅଦାଲତରେ କଂପାନୀ ବିରୋଧରେ ୨୪୦ କୋଟିର ଜରିମାନା ଲାଗୁ କରାଯାଇଥିଲା । ଯାହାକୁ ଆମେରିକୀ କୋର୍ଟ ତିନି ଗୁଣା ବୃଦ୍ଧି କରି ତଥା ୭୬୦ କୋଟି ଟଙ୍କା କରିଦେଇଛି । ସୂଚନା ମୁତାବକ, ନ୍ୟୁଜର୍ସିର ଜଣେ ୪୬ ବର୍ଷୀୟ ଇନଭେଷ୍ଟମେଂଟ ୱାର୍କର ଷ୍ଟିଫନ ଲୈଜି ଏବଂ ତାଙ୍କ ପତ୍ନୀ କେଣ୍ଡ୍ରା କଂପାନୀ ବିରୋଧରେ ଅଭିଯୋଗ ଆଣିଥିଲେ ଯେ, କଂପାନୀର ପ୍ରଡକ୍ଟ ବ୍ୟବହାର କରିବା ଦ୍ୱାରା ତାଙ୍କୁ ମେସୋଥେଲିଓମା ହୋଇଛି ବୋଲି । ଏଥିସହିତ କଂପାନୀକୁ ଏଥିପାଇଁ ତାଙ୍କୁ କ୍ଷତିପୂରଣ ଦେବାକୁ ମଧ୍ୟ ନିଜର ଅଭିଯୋଗ ପତ୍ରରେ ଉଲ୍ଲେଖ କରିଥିଲେ । ଦଂପତିଙ୍କ କହିବା କଥା ହେଲା କି, କଂପାନୀର ପାଉଡରରେ Asbestos ରହିଥିବା କାରଣରୁ ତାଙ୍କୁ ମେସୋଥେଲିଓମା ହୋଇଛି । ଲୈଜି ଆହୁରୀ ମଧ୍ୟ କହିଥିଲେ କି, କଂପାନୀକୁ ଏସଂପର୍କରେ ଜଣାଥିଲେ ସୁଦ୍ଧା କଂପାନୀ ତରଫରୁ ନିଜର ପ୍ରଡକ୍ଟ ଉପରେ କୌଣସି ଚେତାବନୀ ଦିଆଯାଉନାହିଁ ।

ଏଠାରେ ଆମେ କହି ରଖୁଛୁ କି, ମେସୋଥେଲିଓମା ଏକ ପ୍ରକାରର କ୍ୟାନସନ ରୋଗ । ଯାହା ବୃକକ, ପଂଜରା, ପେଟ, ହୃଦୟ ଏବଂ ଶରୀରର ଅନ୍ୟାନ୍ୟ ଅଙ୍ଗପ୍ରତ୍ୟେଙ୍ଗଗୁଡିକ ଉପରେ ପ୍ରଭାବ ପକାଇଥାଏ । କଂପାନୀର ୧୨୦ ବର୍ଷର ଇତିହାସରେ ବେବି ପାଉଡରରେ Asbestosମିଶିଥିବା କାରଣରୁ ମେସୋଥେଲିଓମା ହେବାର ଏହା ପ୍ରଥମ ଘଟଣା । ଲୈଜି କହିଥିଲେ କି, ସେ ୩୦ ବର୍ଷ ହେଲା କଂପାନୀର ବେବି ପାଉଡର ବ୍ୟବହାର କରିଆସୁଛନ୍ତି । ଯେଉ କାରଣରୁ ସେ ଏହି ରୋଗର ଶିକାର ହୋଇଛନ୍ତି । ଅନ୍ୟପଟେ, ଲୈଜିଙ୍କ ଅଭିଯୋଗକୁ ଖଣ୍ଡନ କରିଛି କଂପାନୀ । କଂପାନୀ ନିଜର ସଫେଇ ଦେଇ କହିଥିଲା କି, ଲୈଜି ଯେଉଁ ଘରେ ରହୁଛନ୍ତି ,ସେଠାରେ Asbestos ବ୍ୟବହାର କରାଯାଇଛି । ଏପରିକି ସେ ଯେଉଁ ସ୍କୁଲରେ ପାଠପଢିଥିଲେ ସେଠାରେ ମଧ୍ୟ Asbestos ରହିଥିଲା ।