ମହିଳାଙ୍କୁ ନେଇ ବିବାଦୀୟ ବୟାନ ଦେବା ଘଟଣା ! ପାଣ୍ଡ୍ୟା, ରାହୁଲଙ୍କ ସମେତ କରଣ ଜୋହରଙ୍କ ନାଁରେ ମାମଲା ରୁଜୁ ।

124

କରଣ ଜୋହରଙ୍କ ଚାଟ୍ ସୋ’ କଫି ଉଇଥ୍ କରଣକୁ ଯାଇ ମହିଳାମାନଙ୍କୁ ନେଇ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଯେଉଁ ବୟାନ ଦେଇଥିଲେ, ତାହାକୁ କେନ୍ଦ୍ର କରି ଅନେକ ଝଡ଼ ସୃଷ୍ଟି ହୋଇଥିଲା । କିଛି ଦିନ ହେବ ଏ ନେଇ ଚର୍ଚ୍ଚା କମ ହୋଇ ଆସୁଥିବା ବେଳେ ଏବେ ଏହି ଘଟଣାକୁ ନେଇ ଆଉ ଏକ ନୂଆ ଖବର ସାମ୍ନାକୁ ଆସିଛି ।

ପୂର୍ବରୁ ଏହି ମାମଲାକୁ ନେଇ କରଣ ଜୋହରଙ୍କ ଉପରେ କୌଣସି ପ୍ରଭାବ ପଡ଼ି ନଥିବା ବେଳେ ଏବେ ତାହାର ପ୍ରଭାବ କରଣଙ୍କ ଉପରେ ପଡ଼ିଥିବା ଦେଖା ଯାଇଛି । ପାଣ୍ଡ୍ୟା-ରାହୁଲଙ୍କ ସମେତ କରଣଙ୍କ ବିରୋଧରେ ମଧ୍ୟ ଯୋଧପୁରରେ ମାମଲା ରୁଜ୍ଜୁ ହୋଇଥିବା ଜଣା ପଡ଼ିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସୂଚନା ମୁତାବକ, ହାର୍ଦ୍ଦିକ ପାଣ୍ଡ୍ୟା କଫି ଉଇଥ୍ କରଣକୁ ଆସି କରଣ ପଚାରିଥିବା ପ୍ରଶ୍ନର ଆପତ୍ତିଜନକ ଉତ୍ତର ଦେଇଥିଲେ । ସୋ’ର ପ୍ରସାରଣ ହେବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇ ଯାଇଥିଲା । ବିବାଦ ଜୋର ଧରିବା ପରେ ଅନଲାଇନ୍ ଚ୍ୟାନେଲ ହଟଷ୍ଟାର ଏହାକୁ ନିଜ ଚ୍ୟାନେଲରୁ ହଟାଇ ଦେଇଥିଲା ।