କାଠଗଡାରେ ବିଜେଡି ! ତେଲ ଦର ବୃଦ୍ଧି ନେଇ ହରତାଳ ବେଳେ ହିଂସା ବିରୋଧରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

26

କନକ ବ୍ୟୁରୋ : କାଠଗଡାରେ ବିଜେଡି । ତେଲ ଦର ବୃଦ୍ଧି ନେଇ ବିଜେଡି ହରତାଳ ଘଟଣା ହାଇକୋର୍ଟରେ ପହଂଚିଛି । ହିଂସା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଏଥିରେ ଦଳର ସଭାପତି ଓ ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରିବା ପାଇଁ ନିବେଦନ କରାଯାଇଛି । ଏହାଛଡା କ୍ଷୟକ୍ଷତି ଆକଳନ ସହ ଏହାର ଭରଣା ପାଇଁ ବି ନିବେଦନ କରାଯାଇଛି । ତେଲ ଦର ବୃଦ୍ଧି ନେଇ ଗତ ୧୮ ତାରିଖରେ ବିଜେଡି ୫ ଘଂଟିଆ ହରତାଳ ଡାକରା ଦେଇଥିଲା । ଏହି ସମୟରେ ରାଜଧାନୀରେ ବିଜେଡି କର୍ମୀମାନେ ଗୁଣ୍ଡାଗର୍ଦ୍ଦି କରିଥିଲେ । ଅନେକ ସ୍ଥାନରେ ସାଧାରଣଜନତା ହଟହଟା ହୋଇଥିଲେ । ଏପରିକି ଆମ୍ବୁଲାନ୍ସ ଓ ରୋଗୀଙ୍କୁ ବି ଛାଡିନଥିଲେ ବିଜେଡି କର୍ମୀ ।