ନାବାଳିକାକୁ ଅସଦାଚରଣ ଅଭିଯୋଗ ମାମଲା : ଗିରଫ ହୋଇପାରନ୍ତି ପପୁ

76

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଫସିଲେ ପପୁ । ବଢିଲା ହାସ୍ୟ ଅଭିନେତା ପପୁ ପମପମଙ୍କ ପାଇଁ ଅଡୁଆ । ଗିରଫ ହୋଇପାରନ୍ତି ପପୁ । ସିଡବ୍ଲୁସିର ନିର୍ଦେଶ ପରେ ମହିଳା ଥାନାରେ ରୁଜୁ ହେଲା ମାମଲା । ପପୁଙ୍କ ସହଯୋଗୀ ପ୍ରଦୀପ ସ୍ୱାଇଁଙ୍କ ନାଁରେ ବି ମାମଲା ରୁଜୁ ହୋଇଛି । ପପୁଙ୍କ ବିରୋଧରେ ଲାଗିଛି ସଂଗୀନ ଦଫା । ଧାରା ୩୫୪(କ), ୫୦୬, ୫୦୯, ଆଇପିସି ୩୪, ପକସୋ ଆକ୍ଟ, ୮/୧୨ରେ ମାମଲା ରୁଜୁ ହୋଇଛି । ଧାରା ୩୫୪ (କ)-ଅସଦାଚରଣ ଅଭିଯୋଗ, ୫୦୬- ହତ୍ୟା ଧମକ, ୫୦୯- ଫୋନରେ ଅଶ୍ଲୀଳ ବାର୍ତାଳାପ ଭଳି ସଂଗୀନ ଦଫା ରୁଜୁ ହୋଇଛି । ସିଡବ୍ଲୁସି ଅଧିକାରୀ ନିରୁପମା ରଥଙ୍କ ଅଭିଯୋଗ ଆଧାରରେ ମହିଳା ଥାନା ମାମଲା ରୁଜୁ  କରିଛି । ଫ୍ରେଣ୍ଡସ ଫାଉଣ୍ଡେସନ ପକ୍ଷରୁ ଶନିବାର ମହିଳା ଥାନାରେ ଅଭିଯୋଗ ଦିଆଯାଇଥିଲା । ପରେ କାଷ୍ଟିଂ କାଉଚ୍ ମାମଲା ନେଇ ପପୁଙ୍କ ବିରୋଧରେ ଚାଇଲ୍ଡ ୱେଲଫେୟାର କମିଟିରେ ବୟାନ ଦେଇଥିଲେ ଜଣେ ନାବାଳିକା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବୟାନ ରେକର୍ଡ ପରେ ସିଡବ୍ଲୁସି କହିଥିଲା, ଅଭିଯୋଗରେ ସତ୍ୟତା ଥିବା ନେଇ ପ୍ରମାଣ ମିଳିଛି । ଏହାପରେ ମାମଲା ରୁଜୁ ପାଉଁ ସିଡବ୍ଲୁସି ନିର୍ଦେଶ ଦେଇଥିଲା । ଏଥିସହ ନାବାଳିକାର ସୁରକ୍ଷା ପାଇଁ ଡିସିପିଙ୍କୁ ମଧ୍ୟ ଚିଠି ଲେଖିଛି ଚାଇଲ୍ଡ ୱେଲଫେୟାର କମିଟି ।