କୁମ୍ଭ ମେଳାରେ କାମ କରିବାକୁ ଚାହାଁନ୍ତି ଯଦି ଏଭଳି କରନ୍ତୁ ଆବେଦନ । ମିଳିବ ୫୦ହଜାର ଟଙ୍କା ପ୍ରତି ମାସ

214

ଦୁନିଆର ସବୁଠାରୁ ବଡ ଧାର୍ମିକ ସମାରୋହରେ ଏକ କୁମ୍ଭ ମେଳା ଏହି ବର୍ଷ ପ୍ରୟାଗରାଜରେ ଆୟୋଜିତ ହେବାକୁ ଅଛି । କୁମ୍ଭ ପ୍ରତି ୬ବର୍ଷରେ ଆୟୋଜିତ କରାଯାଏ, ଯେବେକି ପ୍ରୟାଗରାଜରେ ପ୍ରତି ୧୨ବର୍ଷରେ ମହାକୁମ୍ଭ ଆୟୋଜିତ କରାଯାଏ । ଉତ୍ତର ପ୍ରଦେଶ ସରକାର କୁମ୍ଭକୁ ‘ଦିବ୍ୟ କୁମ୍ଭ, ଭବ୍ୟ କୁମ୍ଭ’ ର ସଂଜ୍ଞା ଦେଇଛନ୍ତି ଏବଂ ଏହାକୁ ସ୍ମରଣୀୟ କରିବାକୁ ଆୟୋଜନ କରାଯାଉଛି । ଗତ ମହାକୁମ୍ଭ ବର୍ଷ ୨୦୧୩ରେ ଓ ପ୍ରୟାଗରାଜ ଅର୍ଦ୍ଧ କୁମ୍ଭ ୧୫ ଜାନୁୟାରୀରୁ ୯ ମାର୍ଚ୍ଚ ପର୍ଯ୍ୟନ୍ତ ଆୟୋଜିତ କରାଯିବ । କୁମ୍ଭ ମେଳାରେ ଯୋଗଦାନ ଓ ତାହାର କାର୍ଯ୍ୟାନ୍ୱୟନ ପାଇଁ ଉତ୍ତର ପ୍ରଦେଶ ସରକାର ଯୁବ ପ୍ରୋଫେସନାଲଙ୍କ ପଦ ପାଇଁ ଆବେଦନ କରିବାକୁ ଆମନ୍ତ୍ରଣ କରିଛନ୍ତି । କୁମ୍ଭ ୨୦୧୯ର ପ୍ରସ୍ତୁତି ଜୋରଦାର ଚାଲିଛି । ସେଥିପାଇଁ ସରକାର କୁମ୍ଭକୁ ସୂଚାରୁ ରୂପେ ଆୟୋଜନ କରିବା ପାଇଁ ଯୁବ ପ୍ରୋଫେସନାଲଙ୍କ ସାହାଯ୍ୟ ନେଉଛନ୍ତି । ଯୁବକଙ୍କୁ ଠିକା ଆଧାରରେ କାମରେ ରଖାଯିବ ।

ପଦବୀ ନାମ : ୟଙ୍ଗ ପ୍ରଫେସନାଲ

ପଦବୀ ସଂଖ୍ୟା : ୟଙ୍ଗ ପ୍ରଫେସନାଲ ପଦରେ ୧୦ ଜଣଙ୍କୁ ଭର୍ତ୍ତି କରାଯିବ । ପ୍ରୋଫେସନାଲଙ୍କୁ ୧୨ମାସ ପାଇଁ ଠିକା ଆଧାରରେ ରଖାଯିବ ।

ଶୈକ୍ଷିକ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ଏମବିଏ/ପିଜିଡିଏମ୍/ଏମସିଏ ପାଠ୍ୟକ୍ରମ କରିଥିବେ । ଇଂରାଜୀ ଓ ହିନ୍ଦୀରେ ଲେଖିବା ଓ କହିବାରେ ଦକ୍ଷ ଥିବେ । ସମ୍ବନ୍ଧୀୟ କ୍ଷେତ୍ରରେ ସର୍ବନିମ୍ନ ଦୁଇ ବର୍ଷର କାର୍ଯ୍ୟଦକ୍ଷତା ଥିବ ।

ବୟସ ସୀମା : ୩୦ବର୍ଷରୁ କମ୍ ଥିବ ।

ଦରମା : ପ୍ରତିମାସ ୫୦, ୦୦୦ ଟଙ୍କା ଦରମା ଦିଆଯିବ ।

ଆବେଦନ ପାଇଁ ଶେଷ ତାରିଖ : ୨୧ ଫେବୃୟାରୀ । ଇଚ୍ଛୁକ ପ୍ରାର୍ଥୀ ନିଜ ରିଜ୍ୟୁମ୍ resume.kumbhald2019@gmail.com  ରେ ପଠାଇବେ ।

ଏହା ରହିବ କାମ : ସରକାର ବିଭିନ୍ନ ବିଷୟ ଯେମିତିକି ଇନଫ୍ରାଷ୍ଟ୍ରକଚର, ପରିବେଶ, ଡାଟା ଆନାଲିସିସ୍, ଫାଇନାନ୍ସ ଆଦିର ପ୍ରଫେସନାଲ ଖୋଜୁଛନ୍ତି । ମେଳା ବିକାଶ ପ୍ରାଧିକରଣକୁ କୋ-ଅର୍ଡିନେସନ୍, ମ୍ୟାନେଜମେଣ୍ଟ ଓ ମନିଟରିଙ୍ଗ ହେଲ୍ପ ଉପଲବ୍ଧ କରାଇବା ପାଇଁ ୟଙ୍ଗ ପ୍ରଫେସନାଲର ଆବଶ୍ୟକତା ଅଛି ।