ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଲାଭକାରୀ ଡାଲଚିନି ମିଶ୍ରିତ କ୍ଷୀର . . . . .

65

ଡାଲଚିନିକୁ ସାଧାରଣତଃ ମସଲା ଭାବରେ ବ୍ୟବହାର କରାଯାଇଥାଏ । ଆମେ ମୁଖ୍ୟତଃ ଖାଦ୍ୟ ତିଆରି ସମୟରେ ଡାଲଚିନିକୁ ବ୍ୟବହାର କରିଥାଉ । ତେବେ ଏହାର ମଧ୍ୟ ଅନେକ ଔଷଧିୟ ଗୁଣ ରହିଛି । ଡାଲଚିନିରେ ଏପରି ଗୁଣ ରହିଛି, ଯାହା ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ଦେବା ସହ ଆପଣଙ୍କୁ ଏକ ସୁସ୍ଥ ଓ ନିରାମୟ ଜୀବନ ଯାପନ ବିତାଇବାରେ ସହାୟକ ହୋଇଥାଏ । ତେବେ ଡାଲଚିନି ଔଷଧୀୟ ଗୁଣରେ ଭରପୁର ଥିଲେ ମଧ୍ୟ ଏହାକୁ କ୍ଷୀର ସହ ମିଶାଇ ପିଇବା ଆଉ ଅଧିକ ଲାଭକାରୀ ସାବ୍ୟସ୍ତ ହୋଇଥାଏ । ଡାଲିଚିନି ମିଶ୍ରିତ କ୍ଷୀଣ ସେବନ କରିବା ଦ୍ୱାରା ଅନେକ ରୋଗରୁ ରକ୍ଷାମିଳେ । ଆଉ ସବୁଠାରୁ ବଡ଼ କଥା ହେଲା, ଡାଲଚିନି କ୍ଷୀର ତିଆରି କରିବା ମଧ୍ୟ ଖୁବ୍ ସହଜ । ଏକ କପ୍ କ୍ଷୀରରେ ଦୁଇ ଛୋଟ ଚାମଚ୍ ଡାଲଚିନି ଗୁଣ୍ଡ ଭଲରେ ମିଶାଇ ପିଇବା ଭଲ । କିନ୍ତୁ ଏହାର ପ୍ରୟୋଗ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।

– ଯଦି ଅପାଣଙ୍କ ପାଚନ କ୍ରିୟରେ ଅସୁବିଧା ରହିଛି, ତେବେ ଡାଲଚିନି ମିଶ୍ରିତ କ୍ଷୀର ପିିଇବା ଦ୍ୱାରା ଏଥିରୁ ଲାଭ ମିଳେ । ଏହାସହ ଗ୍ୟାସ ସମ୍ୟସାରୁ ମଧ୍ୟ ମୁକ୍ତି ଦିଏ ଡାଲଚିନି ମିଶ୍ରିତ କ୍ଷୀର ।

– ଅଧ୍ୟୟନରୁ ସ୍ପଷ୍ଟ ହୋଇଛି ଡାଲଚିନିରେ ଏପରି ଗୁଣ ଥାଏ, ଯାହା ବ୍ଲଡ଼ ସୁଗାରକୁ ନିୟନ୍ତ୍ରିତ କରେ । ଡାଲଚିନି ମିଶ୍ରତି କ୍ଷୀର ଟାଇପ-୨ ମଧୁମେହ ରୋଗୀଙ୍କ ପାଇଁ ଅଧିକ ଲାଭକାରୀ ।

– ଯଦି ଆପଣ ନିଦ୍ରାହୀନତା ରୋଗରେ ପୀଡ଼ିତ, ତେବେ ଡାଲଚିନି ମିଶ୍ରିତ କ୍ଷୀର ପିଅନ୍ତୁ । ଏହି ସମସ୍ୟାରୁ ନିଶ୍ଚିତ ମୁକ୍ତି ମିଳିବ ।

– ଡାଲଚିନି ମଶ୍ରିତ କ୍ଷୀର ପିଇବା ଦ୍ୱାରା ତ୍ୱଚା ସମ୍ମନ୍ଧୀୟ ଅନେକ ରୋଗରୁ ମୁକ୍ତି ମିଳେ । ଏହାର ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ତ୍ୱଚା ଓ କେଶକୁ ସଂକ୍ରମଣରୁ ରକ୍ଷା କରେ ।

– ବିଶେଷଜ୍ଞଙ୍କ ଅନୁସାରେ ହାଡ଼କୁ ମଜଭୁତ୍ ରଖିବା ପାଇଁ ନିୟମିତ ଡାଲଚିନି ମିଶ୍ରତ କ୍ଷୀର ପିଇବା ଉଚିତ୍ ।

– ଥଣ୍ଡା ଜ୍ୱର ହୋଇଥିଲେ ଆପଣ ଏହାକୁ ବ୍ୟବହାର କରିପାରିବେ ।