ସଫଳତାର ସରଳସୂତ୍ର ଗୁଜୁରାତି ! ଜାଣନ୍ତୁ କେମିତି ?

574

ସାଧାରଣତଃ,ଗୁଜୁରାତିକୁ ସମସ୍ତ ଭାରତୀୟ ଗୃହିଣୀମାନେ ରୋଷେଇରେ ବ୍ୟବହାର କରିବାକୁ ପସନ୍ଦ କରନ୍ତି । ଏହାଛଡା ଗୁଜୁରାତିକୁ ମଧ୍ୟ ମାଉଥ୍ ଫ୍ରେସ ଭାବରେ ବ୍ୟବହାର କରାଯାଇଥାଏ । ଖାଲି ସେତିକି ନୁହେଁ ଏହାକୁ ବିଭିନ୍ନ ପ୍ରକାରର ମିଠେଇର ସ୍ୱାଦ ଓ ସୁଗନ୍ଧ ପାଇଁ ବ୍ୟବହାର କରାଯାଇଥାଏ ।

ଖାଲି ଯେ ଏହାକୁ ପାଟିର ସ୍ୱାଦ ପାଇଁ ବ୍ୟବହାର କରାଯାଏ ତାହା ନୁହେଁ ଏହାକୁ ମଧ୍ୟ ଔଷଧ ରୂପେ ଗ୍ରହଣ କରାଯାଇଥାଏ । ତେବେ, ଗୁଜୁରାତି କିପରି ଆପଣଙ୍କ ସଫଳତା ପାଇଁ ଜରୁରୀ ଅଟେ ତାହା ସଂପର୍କରେ ଆଜି ଆମେ ଆପଣଙ୍କୁ ଜଣାଇବୁ ।

ସୁନ୍ଦରୀ ସ୍ତ୍ରୀ ଲାଭ କରିବା ପାଇଁ ଗୁଜୁରାତିର ବ୍ୟବହାର

ସାଧାରଣତଃ, ନିଜ ଜୀବନରେ ଗୋଟିଏ ସୁନ୍ଦରୀ ସ୍ତ୍ରୀ ପାଇବାକୁ ସବୁ ପୁରୁଷଙ୍କ ଇଚ୍ଛା ଥାଏ । ତେବେ କଣ କଲେ ଆପଣ ଆପଣଙ୍କ ମନ ପସନ୍ଦର ସୁନ୍ଦରୀ ପତ୍ନୀ ପାଇପାରିବେ ତାହା ଏଠାରେ ଆମେ କହି ରଖୁଛୁ । ପ୍ରତି ଗୁରୁବାର ସକାଳ ସମୟରେ ୫ଟି ଗୁଜୁରାତିକୁ ଏକ ହଳଦିଆ କପଡାରେ ବାନ୍ଧି କୌଣସି ଭିକାରୀକୁ ଦାନ ଦିଅନ୍ତୁ । ଏହାକୁ ପାଖାପାଖି ୫ଟି ଗୁରୁବାର କରନ୍ତୁ ଦେଖିବେ ଏହାଦ୍ୱାରା ଆପଣଙ୍କୁ ସୁଫଳ ମିଳିବ ।

ଶୀଘ୍ର ବିବାହ ପାଇଁ ଗୁଜୁରାତିର ବ୍ୟବହାର

ଯଦି ଆପଣଙ୍କ ବିବାହ କୌଣସି କାରଣରୁ ବିଳମ୍ବ ହେଉଛି ଅଥବା କୌଣସି କାରଣରୁ ଭାଙ୍ଗି ଯାଉଛି ତେବେ ଆପଣ ଏହାକୁ ପ୍ରୟୋଗ କରିପାରିବେ । ଶୁକ୍ଳ ପକ୍ଷର ପ୍ରଥମ ଗୁରୁବାର ଦିନ ସନ୍ଧ୍ୟାରେ କୌଣସି ଏକ ମନ୍ଦିରରେ ଦୁଇଟି ସବୁଜ ରଙ୍ଗର ଗୁଜୁରାତି, ୫ ପ୍ରକାରର ମିଠା ଓ ଶୁଦ୍ଧ ଗୁଆ ଘିଅର ଦୀପ ସହିତ ଜଳ ଅର୍ପଣ କରନ୍ତୁ । ଦେଖିବେ ଏହା ଶୀଘ୍ର ଫଳପ୍ରଦ ହେବ ।

କାର୍ଯ୍ୟରେ ସଫଳତା ପାଇଁ ଗୁଜୁରାତିର ବ୍ୟବହାର

ଆପଣ ଯଦି କୌଣସି ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ବାହାରକୁ ଯାଉଛନ୍ତି । ତେବେ ସକାଳ ସମୟରେ ୩ଟି ଗୁଜୁରାତି ଆପଣଙ୍କ ଡାହାଣ ହାତ ମୁଠିରେ ରଖନ୍ତୁ ଏବଂ ଶ୍ରଦ୍ଧାର ସହ ଶ୍ରୀ ଶ୍ରୀ ଉଚ୍ଚାରଣ କରି ତାକୁ ସେବନ କରନ୍ତୁ । ଏହାକୁ ସଂପୂର୍ଣ୍ଣ ଭାବରେ ଖାଇସାରିବା ପରେ ବାହାରକୁ ଯାଆନ୍ତୁ ଦେଖିବେ ଆପଣଙ୍କ କାର୍ଯ୍ୟସିଦ୍ଧି ହେବ ।

ଦରମା ଓ ପଦୋନ୍ନତି ପାଇଁ ଗୁଜୁରାତିର ବ୍ୟବହାର

ଯଦି କଠିନ ପରିଶ୍ରମ ପରେ ମଧ୍ୟ ଆପଣଙ୍କ ଇଚ୍ଛାଅନୁଯାୟୀ ଦରମା ଅଥବା ଆପଣଙ୍କ ପଦୋନ୍ନତି ହେଉନାହିଁ ତେବେ ଏହି ପଦ୍ଧତିଟିକୁ ନିଶ୍ଚୟ ପ୍ରୟୋଗ କରନ୍ତୁ । ଆଜିଠାରୁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏକ ସବୁଜ ରଙ୍ଗର କପଡାରେ ଗୋଟିଏ ଗୁଜୁରାତି ବାନ୍ଧି ଆପାଣ ଶୋଉଥିବା ତକିଆ ତଳେ ରଖି ଶୁଅନ୍ତୁ ଏବଂ ସକାଳୁ ଉଠି ବନ୍ଧା ଯାଇଥିବା ଗୁଜୁରାତିଟିକୁ କୌଣସି ଜଣେ ବାହାର ବ୍ୟକ୍ତି ତଥା ଭିକାରୀ କିମ୍ବା କିନ୍ନରଙ୍କୁ ପ୍ରଦାନ କରନ୍ତୁ । କିଛି ଦିନ ଏପରି କରିବା ପରେ ଦେଖିବେ ଆପଣଙ୍କ ମନଷ୍କାମନା ପୂର୍ଣ୍ଣ ହେବ ।

ପରୀକ୍ଷାରେ ସଫଳତା ଲାଭ ପାଇଁ ଗୁଜୁରାତିର ବ୍ୟବହାର

ଶୁକ୍ଳ ପକ୍ଷର ପ୍ରଥମ ଗୁରୁବାରର ସୂର୍ଯ୍ୟାସ୍ତ ହେବାର ଠିକ୍ ଅଧଘଂଟା ପୂର୍ବରୁ ଆପଣ ପଢୁଥିବା ବହିର ପ୍ରଥମ ପୃଷ୍ଠା ଉପରେ ୫ ପ୍ରକାରର ମିଠା ସହ ୨ଟି ଛୋଟ ଛୋଟ ଗୁଜୁରାତି ରଖି ଏକ ଓସ୍ତ ଗଛ ମୂଳରେ ଶ୍ରଦ୍ଧା ସହ ପୂଜା କରନ୍ତୁ, ମନେ ରଖନ୍ତୁ ପୂଜା କରି ଘରକୁ ଫେରିବା ପରେ ପଛକୁ ବୁଲି ଦେଖନ୍ତୁ ନାହିଁ । ତେବେ ଏଭଳି ଭାବରେ ଶ୍ରଦ୍ଧାର ସହିତ ୩ ଗୁରୁବାର କରନ୍ତୁ ଦେଖିବେ ଆପଣ ସିଦ୍ଧି ଲାଭ କରିବେ ।

ଦାରିଦ୍ରତା ଦୂର ପାଇଁ ଗୁଜୁରାତିର ବ୍ୟବହାର

ଯଦି ଆପଣ ଧନବାନ ହେବାକୁ ଚାହୁଁଛନ୍ତି । ତେବେ ଆପଣ କୌଣସି ଜଣେ ଭିକାରୀ, ଅସହାୟ କିମ୍ବା କିନ୍ନରଙ୍କୁ ଏକ ମୂଦ୍ରା ଦାନ ଦେବା ସହ ୨ଟି ଗୁଜୁରାତି ଖାଇବାକୁ ଦିଅନ୍ତୁ । ଏହି ପଦ୍ଧତିଟିକୁ ଆପଣ ଯେବେବି ଚାହିଁଲେ ପ୍ରୟୋଗ କରିପାରିବେ । ଏବଂ ଏଥିସହ ଆପଣ ସବୁବେଳେ ଆପଣଙ୍କ ପର୍ସରେ ୫ଟି ଗୁଜୁରାତି ନିଶ୍ଚିନ୍ତ ଭାବରେ ରଖନ୍ତୁ ।