ଘଂଟା ପ୍ରତି ୧୬୦୦ କିଲୋମିଟର ସ୍ପିଡରେ ଦୌଡିବ କାର !

60

ବୈଜ୍ଞାନିକମାନେ ସବୁବେଳେ କିଛି ନୂଆ କରିବାପାଇଁ ଗବେଶଣା କରିଥାନ୍ତି । ସେମାନଙ୍କ ଚେଷ୍ଟା ଯୋଗୁ ମେଡିକାଲ ଠୁ ଆରମ୍ଭ କରି ଇଂଜିନିୟରିଙ୍ଗ ପର୍ଯ୍ୟନ୍ତ ପ୍ରତ୍ୟୋକ କ୍ଷେତ୍ରରେ ବିକାଶ ବଢିଚାଲିଛି । ସବୁ କ୍ଷେତ୍ରରେ ନୂଆନୂଆ ଟେକ୍ନୋଲୋଜିର ବ୍ୟବହାର କରାଯାଉଛି । ଏଭଳି ଏକ ଉଲ୍ଲେଖନୀୟ କାର୍ଯ୍ୟ ରାନ ଏୟାର୍ସ  କରିଛନ୍ତି ଯାହା ଶୁଣି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯିବେ ।

ରନ ଏୟାର୍ସ ବ୍ଲଡହାଉଣ୍ଡ ସୁପରସୋନିକ କାର ନିର୍ମାଣ କରିଛନ୍ତି ଯାହାର ସ୍ପିଡ ଘଂଟା ପ୍ରତି ୧୬୦୦ କିଲୋମିଟର । ଏହାକୁ ତିଆରି କରିବା ପାଇଁ ତିନିବର୍ଷ ଲାଗିଥିଲା । ଖୁବଶୀଘ୍ର ରାସ୍ତାରେ ଚଳାଇବା ପାଇଁ ବ୍ରିଟିଶ ଇଞ୍ଜିନିୟରମାନେ ଚେଷ୍ଟା କରୁଛନ୍ତି । ରାନ ଏୟାର୍ସଙ୍କ ମତରେ ଏହା କୌଣସି ଆଶ୍ଚର୍ଯ୍ୟ ଠାରୁ କମ ନୁହେଁ ,୧୯୫୦ ମସିହାରେ ବି କୌଣସି ଉଡାଜାହାଜ ଘଂଟା ପ୍ରତି ୧୬୦୦ କିଲୋମିଟର ସ୍ପିଡରେ ଉଡୁନଥିଲା । ଏହା ସ୍ଥଳ ଭାଗରେ ଚାଲୁଥିବା ସବୁଠାରୁ ଦ୍ରୁତଗାମୀ କାର ।

ରାନଙ୍କର ପିଲାଦିନୁ ବାୟୁଗତି ବିଜ୍ଞାନ ଇଞ୍ଜିନୟରିଙ୍ଗ ପ୍ରତି ଆଗ୍ରହ ଥିଲା । ସେ ଅକସର ସ୍ପିଟଫାୟାର ହୁରିକୋନ ଫାଇଟର ପ୍ଲେନ ଆକାଶରେ ଉଡୁଥିବା ଦେଖିଥିଲେ । ତାପରେ ଇଞଜିନିୟରିଙ୍ଗ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ପ୍ରକାଶ ପାଇଥିଲା । ରାନ ବର୍ତମାନ ଦ୍ରୁତଗାମୀ କାରରେ ଚଲାଇବା ସମୟରେ ଯେପରି ଦୁର୍ଘଟଣା ନଘଟେ ସେଥିପାଇଁ ସେ ଗବେଶଣା କରୁଛନ୍ତି ।