ଜାନୁଆରିରୁ ବଢିବ କାର ମୂଲ୍ୟ ! ପ୍ରଭାବିତ ହେବେ ଗ୍ରାହକ ।

64

ଆଗକୁ ଲୋକଙ୍କୁ କାର ଚଢିବା ମହଙ୍ଗା ହୋଇପାରେ । କାରଣ କାର ବିଭିନ୍ନ ଯନ୍ତ୍ରାଂଶର ଦର ବୃଦ୍ଧି ଯୋଗୁ କାର ମୂଲ୍ୟ ବଢାଇବାକୁ ଘୋଷଣା କରିଛି ଟାଟା ମୋଟର୍ସ କମ୍ପାନୀ । ସେହିପରି ଟୟୋଟା ଏହାର ବିଭିନ୍ନ ମଡେଲ ଗାଡ଼ି ମୂଲ୍ୟରେ ୩ ପ୍ରତିଶତ ପର୍ୟ୍ୟନ୍ତ ବୃଦ୍ଧି ଘୋଷଣା କରିସାରିଛି। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ମଧ୍ୟ ୧.୫ ପ୍ରତିଶତରୁ ୩ ପ୍ରତିଶତ ମୂଲ୍ୟ ବୃଦ୍ଧି କରିବ। ଟାଟା ମୋଟର୍ସ ଏହାର ବିଭିନ୍ନ ପାସେଞ୍ଜର ଯାନର ମୂଲ୍ୟ ୨୫ ହଜାର ଟଙ୍କା ପର୍ୟ୍ୟନ୍ତ ବୃଦ୍ଧି କରିବ ବୋଲି ଘୋଷଣା କରିଛି।

କେବଳ ଟାଟା ମୋଟର୍ସ ନୁହେଁ ପୂର୍ବରୁ ଅନେକ କମ୍ପାନି ସେମାନଙ୍କ କାର ମୂଲ୍ୟ ବୃଦ୍ଧି ଘୋଷଣା କରିସାରିଛନ୍ତି। ଗାଡ଼ି ନିର୍ମାଣରେ ବ୍ୟବହୃତ ଯନ୍ତ୍ରାଂଶର ଦର ବୃଦ୍ଧି ଯୋଗୁଁ କମ୍ପାନି ଗୁଡ଼ିକ ମୂଲ୍ୟ ବୃଦ୍ଧି ଘୋଷଣା କରୁଛନ୍ତି। ଟୟୋଟା ଏହାର ବିଭିନ୍ନ ମଡେଲ ଗାଡ଼ି ମୂଲ୍ୟରେ ୩ ପ୍ରତିଶତ ପର୍ୟ୍ୟନ୍ତ ବୃଦ୍ଧି ଘୋଷଣା କରିସାରିଛି। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ମଧ୍ୟ ୧.୫ ପ୍ରତିଶତରୁ ୩ ପ୍ରତିଶତ ମୂଲ୍ୟ ବୃଦ୍ଧି କରିବ ।

ଫୋର୍ଡ ଇଣ୍ଡିଆ ମଧ୍ୟ ଏହାର ବିଭିନ୍ନ ମଡେଲ କାର ମୂଲ୍ୟ ୪ ପ୍ରତିଶତ ପର୍ୟ୍ୟନ୍ତ ବୃଦ୍ଧି କରିବ। ସେହିଭଳି ହୋଣ୍ଡା କାରର ମୂଲ୍ୟ ମଧ୍ୟ ୨ ପ୍ରତିଶତ ପର୍ୟ୍ୟନ୍ତ ବୃଦ୍ଧି କରିବ। କାର୍ କମ୍ପାନି ଗୁଡ଼ିକ ଆସନ୍ତା ଜାନୁଆରିରୁ ସେମାନଙ୍କ ଉତ୍ପାଦ ମୂଲ୍ୟ ବୃଦ୍ଧି କରୁଛନ୍ତି।