ଜାନୁଆରୀରୁ ମହଙ୍ଗା ହେବ କାର୍ : ଦେଢ ପ୍ରତିଶତରୁ ୩ ପ୍ରତିଶତକୁ ଦର ବୃଦ୍ଧି ନେଇ କମ୍ପାନୀ ମାନଙ୍କର ଯୋଜନା

26

କନକ ବ୍ୟୁରୋ : ଜାନୁଆରୀ ମାସରୁ ବଢିପାରେ କାରର ମୂଲ୍ୟ । ମାରୁତି ସୁଜୁକି ଇଣ୍ଡିଆ ପକ୍ଷରୁ ଏ ନେଇ ଯୋଜନା କରାଯାଇଥିବା କଂପାନୀ ପକ୍ଷରୁ କୁହାଯାଇଛି । ଗାଡି ନିର୍ମାଣର ଖର୍ଚ୍ଚ ବୃଦ୍ଧି ଓ ମୁଦ୍ରା ବଜାରରେ ଟଙ୍କାର ବିନିମୟ ମୂଲ୍ୟରେ ଦେଖା ଦେଇଥିବା ଅସ୍ଥିରତା କାର ମୂଲ୍ୟ ବୃଦ୍ଧି ପାଇବାର ଏକ କାରଣ । ତେବେ କେବଳ ମାରୁତି ନୁହଁ ବରଂ ଅନ୍ୟ ସବୁ କାର କଂପାନୀମାନେ କାର ମୂଲ୍ୟରେ ୧ ଦଶମିକ ୫ ପ୍ରତିଶତରୁ ୩ ପ୍ରତିଶତକୁ ବଢାଇବାକୁ ଯୋଜନା ରଖିଛନ୍ତି । କାର ଯନ୍ତ୍ରାଂଶର ମୂଲ୍ୟ ବୃଦ୍ଧି ପାଇଛି ।

ରବରର ମୂଲ୍ୟ ପୂର୍ବ ଅପେକ୍ଷା ୪୦ ପ୍ରତିଶତ ଓ କପରର ମୂଲ୍ୟ ଗତ ୩ ମାସ ମଧ୍ୟରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ବଢିଛି । ସେହିପରି ଆଲୁମିନିୟମର ମୂଲ୍ୟ ସେପ୍ଟେମ୍ବର ମାସ ତୁଳନାରେ ୧୦ ପ୍ରତିଶତ ବୃଦ୍ଧି ପାଇଛି । ଏହାସହ ବର୍ଦ୍ଧିତ ଶ୍ରମ ମୂଲ୍ୟ ଅଟୋମୋବାଇଲ ନିର୍ମାତା ମାନଙ୍କ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଉଛି । ଏହି ସବୁ କାରଣରୁ ଜାନୁଆରୀ ୨୦୧୭ ରୁ କାର୍ ନିର୍ମାତାମାନେ କାର୍ ମୂଲ୍ୟ ଦେଢରୁ ୩ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି  । ମାରୁତି ସୁଜୁକି ଗାଡି ଗୁଡିକର ମୂଲ୍ୟ ୨ପ୍ରତିଶତ ବୃଦ୍ଧି କରାଯିବାର ଯୋଜନା ରହିଛି  ।